ଅବିଭକ୍ତ କଟକ

ଯକୃତ ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ

କଣ୍ଟାପଡା ବ୍ଲକ ନାହାଳ ପୁର ଗ୍ରାମ ପ୍ରହଲ୍ଲାଦ ଦାସଙ୍କ ଯକୃତ ରୋଗରେ ପୀଡ଼ିତ ପୁଅ ପ୍ରକାଶ ଦାସଙ୍କୁ ଭେଟିଛନ୍ତି ନିଆଳି ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟର କର୍ମକର୍ତ୍ତା। ଅନୁଷ୍ଠାନ ଚେୟାରମ୍ୟାନ ଯୁବସମାଜସେବୀ ଅଧ୍ୟାପକ ସନ୍ତୋଷ କୁମାର ମାଝୀ ଙ୍କ ନେତୃତ୍ୱ ରେ ମୁଖ୍ୟଉପଦେଷ୍ଟା ପ୍ରାଧ୍ୟାପକ ପ୍ରଫେସର ଡ଼ ସେକ କଲିମୁଲ୍ଲା, ସଭାପତି ସମାଜସେବୀ ପ୍ରସନ୍ନ ପାତ୍ର, ଇଂ ଅବିନାଶ ମହାପାତ୍ର, ଦ୍ୱିଜବର ମହାପାତ୍ର.କଣ୍ଟାପଡା ସଂଯୋଜକ ଯୁବସମାଜସେବୀ ଦେବି ପ୍ରସାଦ ନାୟକ, ଅବକାଶ ମହାପାତ୍ର, ଦିଲୀପ ବେହେରା ପ୍ରମୁଖ ପ୍ରକାଶ ଙ୍କ ବାସସ୍ଥାନ ରେ ପଂହଁଚି ମାସକ ପାଇଁ ରାସନ ସାମଗ୍ରୀ ପ୍ରଦାନ ସହ ଅପରେସନ ବେଳେ ଯେତେ ରକ୍ତ ଆବଶ୍ୟକ ତାହାକୁ ଅନୁଷ୍ଠାନ ଯୋଗାଇଦେବ ବୋଲି ପ୍ରତିଶୃତି ଦେଇଛନ୍ତି।ଅନୁଷ୍ଠାନ ର ଚେୟାରମ୍ୟାନ ଜିଲ୍ଲାପାଳ, ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ଏଥି ପାଇଁ ସହାୟକ ପାଇଁ ଦାବୀ ପ୍ରଦାନ କରିବେ ବୋଲି କହିଛନ୍ତି।

Most Popular

To Top