ରାଜ୍ୟ

ଖୁବ୍ ଶିଘ୍ର ଖୋଲିବ ନିଆଳୀ ଗଣ୍ଠି

ଗୋଟିଏ ପଟେ ଦିନକୁ ଦିନ ସମୟ ସରି ଆସୁଥିବା ବେଳେ ଏବେବି ନିଆଳୀ ବିଧାୟନସଭା ସଦସ୍ୟ ପଦସବୀକୁ ଲାଗି ରହିଛି ଦ୍ୱନ୍ଦ । ଘଡିକେ ଘୋଡା ଛୁଟିବା ନ୍ୟାୟରେ କେତେବେଳେ ଦଳର ହାଇକମାଣ୍ଡ କାହା ମୁଣ୍ଡରେ ଶିରୀପା ବାନ୍ଧିବେ ତାକୁ ନେଇ ଲାଗି ରହିଛି ବିଚାର ଆଲୋଚନା । ଇତି ମଧ୍ୟରେ କଂଗ୍ରେସ ନିଆଳୀ ବିଧାୟକ ଓ ଜଗତସିଂହପୁର ସାଂସଦ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିବା ବେଳେ ବିଜେଡି ସାଂସଦ ପ୍ରାର୍ଥୀ ଘୋଷଣା କରିସାରିଛି । ହେଲେ ବିଜେପି ଏପର୍ଯ୍ୟନ୍ତବି ତାର ପେଡି ଖୋଲିବାକୁ ନାହିଁ । ସେହିପରି ଉଭୟ ବିଜେଡି ଓ ବିଜେପି ତାର ବିଧାୟକ ପ୍ରାର୍ଥୀ କାହାକୁ କରିବ ତା ଉପରେ ପ୍ରଶ୍ନବାଚୀ ଲାଗାଇ ରଖିଛି । ତେବେ ଯେପରି ସନ୍ଦେହ କରାଯାଉଥିଲା ସେପରି କିଛି ଘଟଣା ପ୍ରାୟତଃ ଘଟିବାର ସମ୍ଭାବନା ନାହିଁ ବୋଲି ଶୁଣିବାକୁ ମିଳୁଛି ।
ଏପରିସ୍ଥଳେ ଯାହା ବିଶ୍ୱସ୍ତ ସୂତ୍ରରୁ ଖବର ମିଳୁଛି ଖୁବ୍ଶିଘ୍ର ( ଆପାତତଃ ଆଉ ୬ଘଣ୍ଟା ) ମଧ୍ୟରେ ଏହି ଦ୍ୱନ୍ଦର ଅବସାନ ଘଟିବ ଓ କିଏ ଆଗାମୀ ନିର୍ବାଚନରେ ମଇଦାନକୁ ଓହ୍ଲାଇବେ ତାହା ପରିସ୍କାର ହେଇଯିବ । ତେଣୁ ସେତିକି ସମୟକୁ ଧର୍ଯ୍ୟର ସହ ଅପେକ୍ଷା କରିବାକୁ ପଡିବ ।

Click to comment

Leave a Reply

Your email address will not be published. Required fields are marked *

fifteen − twelve =

Most Popular

To Top