ଖୋଲିବ ଜଗନ୍ନାଥଙ୍କ କଂଶା କବାଟ।ବାଇଶି ପାହାଚରେ ଚାଲିବେ ଭକ୍ତ।କାଳିଆ କାଳିଆ ଶବ୍ଦରେ ଫାଟିପଡିବ ଶ୍ରୀକ୍ଷେତ୍ର।ଆଜି ଏମିତି ଆଶା ଅଙ୍କୁରୀତ ହୋଇଛି କୋଟି କୋଟି ଓଡ଼ିଆଙ୍କ ମନରେ। ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ଗଣମାଧ୍ୟମକୁ ଏପରି ମନ୍ତବ୍ୟ ଦେଇଛନ୍ତି।ଆସନ୍ତା୨୦ ରୁ ୨୫ ତାରିଖ ମଧ୍ୟରେ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ। ହେଲ କୋଭିଡ କଟକଣା ବଳବତ୍ତର ରହିବ।ପ୍ରଥମେ ପୁରୀବାସୀଙ୍କୁ ଦର୍ଶନ ସୁଯୋଗ ଦିଆଯିବ।ପ୍ରତ୍ୟେକ ଦିନ ୪ରୁ୫ହଜାର ଭକ୍ତ ଦର୍ଶନ କରିବା ପାଇଁ ଅନୁମତି ରହିବ।ତେବେ ଭିଡ଼କୁ ଦୃଷ୍ଟିରେ ରଖି ଜାନୁଆରୀ ୧ ଓ ୨ ତାରିଖ ଦର୍ଶନ ବନ୍ଦ ରହିବ। ଦିନେ ଦୁଇଦିନ ମଧ୍ୟରେ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବ ବୋଲି ଜଣାପଡିଛି।
