ବନବିଭାଗ ଓ କଟକ ସଦର ପୋଲିସ ତରଫରୁ ଅଞ୍ଚଳରେ ଚାଲିଥିବା ଏକାଧିକ ବେଆଇନ୍ କରତକଳ ଉପରେ ଚଢ଼ାଉ କରାଯାଇଛି। ସେଥି ମଧ୍ୟରୁ କଟକ ସଦର ଥାନାଞ୍ଚଳର ଅରଡିଆପଦା ଓ କୋଠପାଟଣାରେ ଚାଲୁଥିବା ଦୁଇଟି କରତକଳ ରୁ ବହୁ ପରିମାଣର ସାଗୁଆନ କାଠ ସହ କରତକଳ ର ଯନ୍ତ୍ରାଂଶ କୁ ଜବତ କରାଯାଇଛି। ଏହି ଚଢ଼ାଉ ରେ କଟକ ସଦର ପୋଲିସ ସହ ବନ ବିଭାଗର କଟକ ସିଟି ଡିଭିଜନ, ଫୁଲନଖରା ରେଞ୍ଜ ଓ ଭୁବନେଶ୍ୱର ସିଟି ଡିଭିଜନ କର୍ମଚାରୀ ସାମିଲ ଥିବା ଜଣାପଡିଛି।
