ଅବିଭକ୍ତ କଟକ

ଚାକିରୀ ବୋଝରୁ ମୁକ୍ତି, Report:Ramesh Pradhan

ପରିବେଶ ଥିଲା ସମ୍ପୂର୍ଣ୍ଣ ଭାବାବେଗ । ଲୁହ ଛଳଛଳ ଆଖି । ଉତ୍ତରୀ,ସାଲ୍‌,ଫୁଲ ମାଳ,ଫୁଲ ତୋଡା ଏମିତିକି ଟଙ୍କା ମାଳର ବୋଝ ଭାରାକ୍ରାନ୍ତ କରୁଥିଲା ଗ୍ରୀବାଦେଶକୁ । ଫୁଲ ମାଳ ଭିତରେ ଥିବା ପାଣି ଓ ପୋକଙ୍କ ଦାଉବି କିଛି କମ୍ ନଥିଲା । ହେଲେ….. ସବୁ କିଛି ସମ୍ଭାଳି ଯିବାକୁ ବାଧ୍ୟ କରୁଥିଲା ମନ । ତା ସହିତ ଅନିଚ୍ଛାକୃତ୍ତ ଶୁଖିଲା ମୁହଁ ସାଙ୍ଗକୁ ଜଞ୍ଜାଳ ମୁକ୍ତିର ଅସୀମ ଖୁସିକୁ ମନ ଭିତରେ ଲୁଚାଇ ରଖିବାର ପ୍ରୟାସ । ଏମିତି କିଛି ପରିବେଶ ଭିତରେ କଣ୍ଟାପଡା,ବାରଙ୍ଗ ଓ ବାଲିଅନ୍ତା ଅଞ୍ଚଳରେ ଅନେକ ସରକାରୀ କର୍ମଚାରୀଙ୍କ ସେବା ନିବୃତ୍ତ ଦିନର କଥାକୁ ନେଇ…

କଣ୍ଟାପଡା ବ୍ଲକ ସମନ୍ୱୀତ ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ଦିନ ହେଲା ପରିସଂଖ୍ୟାନ ସହାୟକ ଭାବେ କାର୍ଯ୍ୟକରି ି ଅବସର ଗ୍ରହଣ କରିଥିବା ଭୂବନେଶ୍ୱର ତ୍ରାପାଠୀ ତାଙ୍କ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି ।ଏହି ଅବସରରେ କଣ୍ଟାପଡା ବ୍ଲକ ଅଧ୍ୟକ୍ଷା ସ୍ମିତାରାଣୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟରେ ଆୟୋଜିତ ଏକ ବିଦାୟ କାଳୀନ ସମ୍ଭର୍ଦ୍ଧନା ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ସୁଦର୍ଶନ ରାଉତରାୟ,ବିଡିଓ କେ.ଆଶେକ କୁମାର,ଶିଶୁ ବିକାଶ ଅଧିକାରୀ ମୀନର୍ଭା ମହାନ୍ତି,ଓଲଟପୁର ଥାନା ଅଧିକାରୀ ଚିନ୍ମୟୀ ସାହୁ ,ବ୍ଲକ ଆତ୍ମା ଅଧ୍ୟକ୍ଷ ନକୁଳ ରାଉତ ଓ ପୁର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମୋହନ କାନୁନଗୋ ପ୍ରମୁଖ ଯୋଗଦେଇ ଅବସର ଗ୍ରହଣ କରୁଥିବା କର୍ମଚାରୀ ଶ୍ରୀଯୁକ୍ତ ତ୍ରିପାଠୀଙ୍କ ବହୁମୂଖୀ କାର୍ଯ୍ୟର ପ୍ରଶଂସା କରିବା ସହ ତାଙ୍କର ଦୀର୍ଘ ନୀରାମୟ ଜୀବନ କାମନା କରିଥିଲେ । ଏହି ଅବସରରେ ସହକର୍ମୀ ଓ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ତରଫରୁ ତାଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା ।


କଟକ ସଦର ଥାନା ସବ୍‌ଇନସ୍ପେକଟର ଟହଲି ପ୍ରସାଦ ନାୟକ ତାଙ୍କ ଚାକିରୀ ଜୀବନରୁ ଶନିବାର ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସଭାରେ ଅତିରିକ୍ତ ଆଇ.ଆଇ.ସି ଅନିତା ସାହୁ ଅଧ୍ୟକ୍ଷତା କରିଥିଲେ । ଆୟୋଜିତ ସଭାରେ ଶ୍ରୀଯୁକ୍ତ ନାୟକଙ୍କୁ ଉତ୍ତରୀୟ ମାନପତ୍ର ପ୍ରଦାନ କରି ବିଦୟ କାଳୀନ ସମ୍ବର୍ଦ୍ଧନା ଜ୍ଞାନପ କରାଯାଇଥିଲା । ଶ୍ରୀଯୁକ୍ତ ନାୟକ ଜଣେ ସଚ୍ଚୋଟ, ନିର୍ଭିକ ସମୟାନୁବର୍ତ୍ତୀ ଓ ଧର୍ଯ୍ୟଶୀଳ କର୍ମଚାରୀ ଭାବେର ସଦର ଥାନରେ ଲୋକପ୍ରିୟ ଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସବ୍‌ଇନସ୍ପେକଟର କେ.ସି ସାହୁ, ସୁରେଶ ପ୍ରଧାନ, ମୂରଲି ସାହୁ, ବବିତା ସାହୁ, ଯୁଗଳ କିଶୋର ବିଶ୍ୱାଳ, ଜତିନ୍ କୁମାର ଦାସ, ମହେନ୍ଦ୍ର ମଲ୍ଲିକ, ସନ୍ତୋଷ କୁମାର ନାୟକ ଓ ଜେ.କେ ବେହେରା ପ୍ରମୁଖ ଉପସ୍ଥିତ ରହି ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ।

ଖନ୍ଦୋଳ ସ୍ଥିତ ବିଳାଶୁଣୀ ବିଦ୍ୟାପୀଠର ଆଦର୍ଶ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ପାଲଟାଙ୍କୁ ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ବିଦ୍ୟାଳୟର ସହକର୍ମି, ଛାତ୍ରଛାତ୍ରୀ, ପୁରାତନ ଛାତ୍ର ସଂସଦ ଓ ଅଞ୍ଚଳର ୍‌ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନେ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୂଖ୍ୟ ଅତିଥି ଭାବେ ଓଷ୍ଠାର କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ଯୋଗଦେଇ ଶ୍ରୀଯୁକ୍ତ ପାଲଟା ଜଣେ ଆଦର୍ଶ ପ୍ରଧାନଶିକ ଓ ଶିକ୍ଷକ ନେତା ଭାବେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ନିକଟରେ ପ୍ରିୟ ଭାଜନ ହୋଇପାରିଛନ୍ତି । ଆଦର୍ଶ ପ୍ରଧାନ ଶିକ୍ଷକଙ୍କର ବିଦାୟୀରେ ଛାତ୍ର ଛାତ୍ରୀ ମାନେ ଭାବବିହ୍ୱଳ ହୋଇ ନିଜର ପ୍ରିୟ ପ୍ରଧାନ ଶିକ୍ଷକଙ୍କୁ ବିଦାୟୀ ସମ୍ବର୍ନ୍ଧନା ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗଗନ ବିହାରୀ ମହାପାତ୍ର, ପ୍ରାକ୍ତନ ସରପଞ୍ଚ ଜୟଦେବ ପ୍ରଧାନ, ଗୁରୁ ଚରଣ ମହାନ୍ତି, କଣ୍ଟାପଡା ବ୍ଲକ ଓଷ୍ଠା ସମ୍ପାଦକ ମନୋରଞ୍ଜନ ଦାଶ ଓ ବାରଙ୍ଗ ବ୍ଲକ୍ ଓଷ୍ଠା ସମ୍ପାଦକ ଶ୍ରୀମନ୍ତ ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ପାତ୍ର, ଗୌରାଙ୍ଗ ଚରଣ ନାଥ ବ୍ରାହ୍ମଣଝରିଲୋ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବନଲତା ଗଡବାଡ, ପୂର୍ବତନ ଶିକ୍ଷକ ପ୍ରଦ୍ୟୁମ୍ନ ପାତ୍ର, ଗୋବିନ୍ଦ ପାତ୍ର, ଚନ୍ଦ୍ରମଣି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପଣ୍ଡିତ ଅଜୟ କୁମାର ପତି ପରିଚାଳନା କରିଥିଲେ । ଶରତ ଚନ୍ଦ୍ର ଆଚାର୍ଯ୍ୟ, ଚୌଧୁରୀ ଦିପ୍ତୀ ମଞ୍ଜରୀ ଦାସ, ବିମ୍ବାଧର ଦାସ, ସବିତା ମହାପାତ୍ର, ଆନନ୍ଦ ଚନ୍ଦ୍ର ଦାସ, ସ୍ମୃତି ରଜ୍ଞନ ନାୟକ, ଗିରୀଧାରି ସାହୁ, ହୃଶିକେଶ ସ୍ୱାଇଁ, ରବିନାରାୟଣ ନାଥ, ଦିଲିପ କୁମାର ବିଶ୍ୱାଳ ଉତ୍ତମ କୁମାର ସାହୁ, ସାୟିଦା ବେଗମ ଓ ତ୍ରିଲୋଚନ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଜଗନ୍ନାଥପୁର ପ୍ରଥାମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଣାପାଣୀ ଦାସ ଓ ସହକାରୀ ଶିକ୍ଷୟତ୍ରୀ ମିନାକ୍ଷୀ ଦାଶଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାର ବରିଷ୍ଠ ପାଲାକାର ଯୁଧିଷ୍ଠିର ପରିଜା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଜୟଦେବ ବିଧାୟକ ଅରବିନ୍ଦ ଢାଲି ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ସରପ ରଶ୍ମିତା ସାହୁ, ସମିତି ସଭ୍ୟ ମହେଶ୍ୱର ଦାସ ଓ ଜଗନ୍ନାଥକୁର ଗ୍ରାମ୍ୟ କମିଟି ସଭାପତି ସାମ୍ବାଦିକ ସନାତନ ପରିଜା ଓ ଲକ୍ଷେଶ୍ୱର ମହିଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଧ୍ୟକ୍ଷା ଯଶୋଧାରା ମହାପାତ୍ର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କମିଟି ସଭାପତି ପ୍ରଶାନ୍ତ କୁମାର ପରିଜା ପରିଚାଳା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

one × 4 =

Most Popular

To Top