ରାଜ୍ୟ

ଚାଲିଗଲେ ଅଜିତ୍

ଗୋଟିଏ କଲେଜରେ ଉଭୟ ଥିଲେ ଛାତ୍ର।ପୁଣି ଗୋଟିଏ କଲେଜରେ ଉଭୟ ଅଧ୍ୟାପକ ହୋଇ ସୃଷ୍ଟି କରିଛନ୍ତି ଶହଶହ ଛାତ୍ର। ଏ ହେଉଛି ଓଡ଼ିଆ ଚଳଚ୍ଚିତ୍ର ଜଗତର ଦୁଇ ପ୍ରକ୍ଷାତ ଅଭିନେତା ବିଜୟ ମହାନ୍ତି ଓ ଅଜିତ ଦାସ ଙ୍କ କଥା ।ସେହି ଦୁଇ ଅଭିନେତା ଓଡିଆ ଫିଲ୍ମରେ ଛାଡି ଯାଇଛନ୍ତି ନିଖୁଣ ଅଭିନୟ ର ଛିଟା। ସେମାନଙ୍କ ଅଭିନୟ ରେ ଥିଲା ହୃଦୟସ୍ପର୍ଶିତା।ଯାହାକି ସହ ସହ ଓଡିଆ ଙ୍କ ମନକୁ ନିଜର କରି ପାରିଥିଲା। କିନ୍ତୁ ବିଧିର ବିଧାନ ଥିଲା ଅଲଗା। ବିଜୟ ମହାନ୍ତି ନିଜର ଅଭିନୟ ସାରି ବାହୁଡ଼ି ଗଲେ ଅଜଣା ରାଇଜେ। ପଛେ ପଛେ ଆଜି ଚାଲି ଗଲେ ଅଜିତ।ସତେ ଜେମିତି ଦୁଇ ବନ୍ଧୁ ଚାଲି ଗଲେ ସାଙ୍ଗ ହୋଇ ଅଜଣା ମୂଲକେ। ଅଜିତ ଙ୍କ ମୃତ୍ୟୁରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।

Most Popular

To Top