ରାଜ୍ୟ

ଚାଲିଗଲେ ବଡ଼ଭାଇ

ବିଶିଷ୍ଟ ସାହିତ୍ୟିକ ନଦିଆ ବିହାରୀ ମହାନ୍ତିଙ୍କ ପରଲୋକ। କରୋନା ଆକ୍ରାନ୍ତ ହେବା ପରେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ ଶ୍ରୀ ମହାନ୍ତି। ସୋମବାର ୯୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।‘ବଡ଼ଭାଇ’ ନାମରେ ସାରା ରାଜ୍ୟରେ ଅତି ପରିଚିତ ଶ୍ରୀ ମହାନ୍ତି ଗତ କିଛି ଦିନ ହେବ ଅସୁସ୍ଥ ରହିଥିଲେ। ଛାତିରେ କଫ ଜମାଟ ବାନ୍ଧିବାରୁ ଶ୍ଵାସକ୍ରିୟାରେ ମଧ୍ୟ ତାଙ୍କୁ ସମସ୍ୟା ହେଉଥିଲା। ପରୀକ୍ଷା ପରେ ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା।

Most Popular

To Top