ରାଜ୍ୟ

ଚାଲିଲା କହ୍ନେଇ

ପଙ୍ଗୁ ଲଂଘୟେତ ଗିରୀ । ଏପରି ଏକ ଉକ୍ତିକୁ ବାସ୍ତବତା ଦେଇଛି କଟକ ଜିଲ୍ଲା ଓଲଟପୁର ଠାରେ ଦିବ୍ୟାଙ୍ଗକୁ ସକ୍ଷମ କରି ମୁଖ୍ୟ ସ୍ରୋତରେ ସାମିଲ କରିବାକୁ କାର୍ଯ୍ୟ କରୁଥିବା ଏସ୍‌ଭି ନିରତାର । ଯାହା କେହି କେବେ ଭାବି ନଥିଲେ ତାହା ଆଜି ସମ୍ଭବ କରି ଦେଖାଇଛନ୍ତି ନିରତାରର ଅଭିଜ୍ଞ ଡାକ୍ତର ମାନେ । କହ୍ନେଇ ଆଜି ଚାଲିଛି ।

ତା ଶରୀରରେ ଆଉ ପୁର୍ବର ସେ ୪୫କିଲୋ ଓଜନର ବୋଝ ନାହିଁ କି ଆଗକୁ ତାର ଆଉ ସେପରି ଅବସ୍ଥାର ଚିନ୍ତାବି ନାହିଁ । ଜନଜାତୀ ସମ୍ପ୍ରଦାୟର ବାପ ଛେଉଣ୍ଡ ନାବାଳକ କହ୍ନେଇକୁ ଏପରି ପନର୍ଜନ୍ମ ଦେଇଛନ୍ତି ଗୋ ସବକ ଚିନ୍ମୟ ପାତ୍ର ଓ ନିରତାରର ଅଭିଜ୍ଞ ଡାକ୍ତର ମାନେ ।

ଦୁରାରୋଗ୍ୟ ନ୍ୟୁରୋ ଫାର୍ବୋ ମେଟାସିସ୍ ରୋଗରେ ପୀଡିତ କହ୍ନେଇ ଗୋଡରେ ବିରଳ ଅସ୍ତ୍ରୋପଚାର ପରେ ଆଜି କହ୍ନେଇ ପ୍ରଥମ କରି କାଖରେ ଅଶାବାଡି ଦେଇ ନିରତାର ପରିସରରେ ଚାଲିବାକୁ ସକ୍ଷମ ହୋଇଛି । ଏପରି ଏକ ଭାବାବେଗ ପରିବେଶ ମଧ୍ୟରେ ଥିଲେ କହ୍ନେଇର ଅସ୍ତ୍ରୋପଚାରରେ ପ୍ରମୁଖ ଭାଗରେ ଥିବା ନିରତାର ନିର୍ଦ୍ଦେଶକ ଡାକ୍ତର ଶକ୍ତି ପ୍ରସାଦ ଦାସ,ଡ଼ାକ୍ତର ପ୍ରମୋଦ ପରିଡା, ଡାକ୍ତର ଅଭିଶେକ ସାନ୍ୟାଲ ଓ କହ୍ନେଇକୁ ନିରତାରରେ ପହଞ୍ଚାଇଥିବା ଗୋ ସେବକ ଚିନ୍ମୟ ପାତ୍ରଙ୍କ ସହ ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀ ସନ୍ୟାସୀ,ଶିକ୍ଷାବିତ୍ ଶରତ ଚନ୍ଦ୍ର ରଥ ଓ ବହୁ ଗଣମାଧ୍ୟମ ପ୍ରତିନିଧି ।

ପ୍ରଥମେ କହ୍ନେଇ ପାଟିରେ ଜଗନ୍ନାଥଙ୍କ ପ୍ରସାଦ ଖୁଆଇ ଦେଇଥିଲେ ଡାକ୍ତର ପରିଡ଼ା,ଡାକ୍ତର ସାନ୍ୟାଲ ଓ ନିର୍ଦ୍ଦେଶକ ଡାକ୍ତର ଦାସ । ପରେ କାଖରେ ଆଶବାଡି ଦେଇ ତଳେ ପାଦ ଥାପିଥିଲା । ଏପରି ସମୟରେ ସମସ୍ତଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଥିଲା । ଖୁବ୍ ଶିଘ୍ର କହ୍ନେଇ କୃର୍ତ୍ତିମ ଅଙ୍ଗ ସାହାଯ୍ୟରେ ସାଧାରଣ ବାଳକ ପରି ସବୁ କାମ କରିପାରିବ ବୋଲି ନିର୍ଦ୍ଦେଶକ ଡାକ୍ତର ଦାସ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

4 × 5 =

Most Popular

To Top