ଅବିଭକ୍ତ କଟକ

ଚିନ୍ତା ବଢାଉଛି ଗୋବିନ୍ଦପୁର ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍‌ ବଢିଲା କରୋନା ସଂକ୍ରମଣ ସଂଖ୍ୟା

ବଡୁଛି ଗୋବିନ୍ଦପୁର ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ଶାଖାରେ କରୋନା ସଂକ୍ରମଣ ସଂଖ୍ୟା । ଏପରି ସୂଚନା ଦେଇଛନ୍ତି ଗୋବିନ୍ଦପୁର ସରପଞ୍ଚ ଲଲାଟେନ୍ଦୁ ପ୍ରସାଦ ଦାଶ ।ଗୋଟିଏ ପଟେ କଣ୍ଟାପଡା ବ୍ଲକ ଅଞ୍ଚଳରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଥିବା ବେଳେ ଗୋବିନ୍ଦପୁର ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ଶାଖା କିନ୍ତୁ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇପଡିଛି । ପୁର୍ବରୁ ଏହି ବ୍ୟାଙ୍କ୍‌ର ଦୁଇଜଣ ଅଧିକାରୀଙ୍କ ସ୍ୱାବ୍ ରିପୋର୍ଟ ପଜେଟିଭ୍ ଆସିଥିବା ବେଳେ ଶନୀବାର ବ୍ୟାଙ୍କ୍‌ର ଶାଖା ପରିଚାଳକ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ଘଟଣା ସାଧାରଣରେ ସାଧାରଣରେ ବେଶ୍ ଭୟର ବାତାବରଣ ସୃଷ୍ଟି ହୋଇଛି । ଅନ୍ୟପଟେ ଯେଉଁମାନେ ଏହି ସମୟମଧ୍ୟରେ ବ୍ୟାଙ୍କ୍‌କୁ ଆସିଛନ୍ତି ସେମାନେ ନିଜ ତରଫରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେବାସହ ଘରୋଇ ସଂଗରୋଧରେ ରହିବାକୁ ସରପଞ୍ଚ ଶ୍ରୀ ଦାଶ ନିବେଦନ କରିଛନ୍ତି ।ତେବେ ଏହି ବ୍ୟାଙ୍କ୍‌ର କ୍ୟାସିୟର କାର୍ଯ୍ୟ ତୁଲାଉଥିବା ଅଧିକାରୀଙ୍କ ସ୍ୱାବ୍ ରିପୋର୍ଟ ନେଗେଟିଭ୍ ଆସିଥିବା ସରପଞ୍ଚ ଶ୍ରୀ ଦାଶ ସୂଚନା ଦେଇଛନ୍ତି ।

Most Popular

To Top