ଅବିଭକ୍ତ କଟକ

କୋଚିଙ୍ଗ୍ ସେଣ୍ଟର ରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ପୁଣି ଗୁରୁ ଶିଷ୍ୟା ସମ୍ପର୍କରେ ଲାଗିଲା କଳା ଦାଗ। ଶିକ୍ଷା ଦାନ ନାଁରେ ଛାତ୍ରୀଙ୍କୁ ପ୍ରମ ନିବେଦନ କରି ଫସିଲେ ଗୁରୁ। ତାହା ପୁଣି କୋଚିଙ୍ଗ୍ ସେଣ୍ଟରରେ। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ଓଲଟପୁର ଥାନା ଅନ୍ତର୍ଗତ ଏକ ଶିକ୍ଷାନୁଷ୍ଠାନରେ ଅଧ୍ୟାପକ ଥିବା ଅଧ୍ୟାପକଙ୍କ ନାମରେ। ନିଜ କୋଚିଙ୍ଗ୍ ସେଣ୍ଟରରେ ଅଧ୍ୟୟନ କରୁଥିବା ଛାତ୍ରୀଙ୍କୁ ଅଧ୍ୟାପକ ଜଣକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। ଅନ୍ୟପଟେ ସରକାରୀ କଲେଜରେ ଅଧ୍ୟାପକ ଥିବା କୌଣସି ଅଧ୍ୟାପକ କୋଚିଙ୍ଗ୍ ସେଣ୍ଟର କରିବା କିମ୍ବା କୋଚିଙ୍ଗ୍ ସେଣ୍ଟରରେ ଶିକ୍ଷାଦାନ କରିବା ସମ୍ପୂର୍ଣ୍ଣ ନିଷେଧ ଥିବାବେଳେ ଏଠାରେ ଅଧ୍ୟାପକ ମାନେ ଖୁଲମଖୋଲା କୋଚିଙ୍ଗ୍ ସେଣ୍ଟର ଖୋଲି ବ୍ୟବସାୟ ଚଳାଇଥିବା ଦେଖିବାକୁ ମିଳୁଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ଯୋର ଧରିଛି।

Click to comment

Leave a Reply

Your email address will not be published. Required fields are marked *

eighteen − fifteen =

Most Popular

To Top