ବିସିସିଆଇ ଅମ୍ପେୟାର ପରିକ୍ଷା ରେ ଓଡିଆ ଯୁବକଙ୍କ କୃତିତ୍ବ
ଏବେ ଜାତୀୟ କ୍ରିକେଟ ରେ କରିସ୍ମା ଦେଖାଇବ ଆମ ପୁଅ। କଟକ ଜିଲ୍ଲା ବାରଙ୍ଗ ବ୍ଳକ ଅନ୍ତର୍ଗତ କୁରାଙ୍ଗଶାସନ ଗ୍ରାମ ର ଦୁର୍ଗାଦତ୍ତ ଦାସ ଓଡିଆ ଭାବେ ବିସିସିଆଇ ପରିକ୍ଷା ରେ କୃତକାର୍ଯ୍ଯ ହୋଇଛନ୍ତି । ଆଗରୁ ଦୁଇଜଣ ଓଡିଆ କୃତକାର୍ଯ୍ଯ ହୋଇଥିବା ବେଳେ ଦୁର୍ଗାଦତ୍ତ ତୃତୀୟ ଓଡିଆ ଭାବେ ଏହି କୃତିତ୍ବ ଅର୍ଜନ କରିଛନ୍ତି । ହୃଦାନନ୍ଦ ଦାସ ଓ ସଂଯୁକ୍ତା ଦାସଙ୍କ ପୁତ୍ର ଦୁର୍ଗାଦତ୍ତ ନିଜ ଗ୍ରାମାଞ୍ଚଳରେ ଖେଳା ଯାଉଥିବା କ୍ରିକେଟ୍ ପ୍ରତିଯୋଗିତା ଗୁଡିକରେ ଅମ୍ପେୟାର ଭାବେ କାର୍ଯ୍ୟ କରୁ କରୁ ନିଜ ପ୍ରତିଭା ବଳରେ ୨୦୧୨ ମସିହାରୁ ଓଡିଆ କ୍ରିକେଟ୍ ଆସୋସିଏସନ୍ ରେ ଯୋଗଦେଇ ବିଭିନ୍ନ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଅମ୍ପେୟାର ଭାବେ କାର୍ଯ୍ୟ କରିଆସୁଥିଲେ । ନିଜ ଗ୍ରାମ ର ବିଶ୍ବଜିତ ବେହେରା ଙ୍କ ପ୍ରେରଣା ରେ ବିସିସିଆଇ ଅମ୍ପେୟାର ପରିକ୍ଷା ଦେବାପାଇଁ ନିଜକୁ ପ୍ରସ୍ତୁତ କରିଥିଲେ । ତାଙ୍କର ଏହି ସଫଳତା ପାଇଁ ତାଙ୍କର କୋଚ ଓ ଆତ୍ମିୟ ସ୍ଵଜନଙ୍କୁ ଶ୍ରେୟ ଦେଇଥିବା ବେଳେ ତାଙ୍କ ର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟୁଛି ।
