ରଘୁ ଆଚାର୍ଯ୍ୟଙ୍କ ସ୍ୱତନ୍ତ୍ର ରିପୋର୍ଟ
ଶିର୍ଷକଟି ହୁଏତ ଅଠଡୁଆ ଅଡୁଆ ଲାଗୁଥାଇ ପାରେ,ହେଲେ ବେେଳେବେଳେ ଏମିତି ଅଡୁଆ ସୂତାର ଖିଅ ଖୋଜୁ ଖୋଜୁ ବହୁ ଜଟିଳ ଗଣ୍ଠି ଫିଟି ଯାଇଥାଏ । ଗତ କିଛି ଦିନ ହେଲା ଓଡିଶାବାସୀଙ୍କ ମନକୁ ଆନ୍ଦୋଳିତ କରୁଥିବା ଏକ ଜଟିଳ ଦ୍ୱନ୍ଦ୍ୱର କିୟଦ ସମାଧାନ ଏହି ଶିର୍ଷକ ଭିତରେ ଲୁଚି ରହିଛି । କଥାଟି ହେଉଛି କିଛିଦିନ ତଳେ ଓଡିଶାର ଜଣେ ଜଣାଶୁଣା ଚର୍ଚ୍ଚିତ ଚେହେରା ସୌମ୍ୟ ରଞ୍ଜନ ପଟ୍ଟନାୟକ ହଠାତ୍ ନିଜକୁ ବିଜେଡିରେ ବିଲିନ କରିଦେଲେ । ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ବିଜେଡିରେ ସାମିଲ ହୋଇଗଲେ । ଯାହାକୁ ନେଇ ବହୁ ଚର୍ଚ୍ଚା ଏବେବି ଶୁଣିବାକୁ ମିଳୁଛି । ଆସନ୍ତା ୧୯ ସାଧାରଣ ନିର୍ବାଚନ ସମୟରେ ସୌମ୍ୟବାବୁ ନବୀନବାବୁଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ ବୋଲି କେହି କହେି କହୁଥିବା ବେଳେ କେହିକେହି ଆସନ୍ତା ନିର୍ବାଚନ ସମୟରେ ବିଜେଡି – କଂଗ୍ରେସର ଭିତିରି ବୁଝାମଣା (?)ରେ ସୌମ୍ୟବାବୁ ସେତୁର କାର୍ଯ୍ୟ ନିର୍ବାହ କରିବେ ବୋଲି ମତ ଦେବା ଆରମ୍ଭ କଲେଣି । ସେହିପରି ନବୀନଙ୍କ ପରେ ସୌମ୍ୟବାବୁ କୁଆଡେ ଅଗାମୀ ଦିନରେ ବିଜେଡିର ମଙ୍ଗ ଧରିବେ (?) ବୋଲି ଚର୍ଚ୍ଚାକୁ ମଧ୍ୟ ଚାପି ହେଉନାହିଁ । ତେବେ ଏ ଚର୍ଚ୍ଚାରେ କେତେ ସତ୍ୟତା ରହିଛି ତାହା ଭବିଷ୍ୟତରେ ଜଣାପଡିବ । କିନ୍ତୁ ଏବେ ଗୋଟିଏ କଥା ପରିସ୍କାର ହୋଇ ଯାଉଛି ଯେ ସୌମ୍ୟବାବୁ ଓ ନବୀନ ବାବୁଙ୍କ ମଧ୍ୟରେ ଏକ ଅଦୃଶ୍ୟ ସମ୍ପର୍କ ଗଢି ଉଠିଛି । ଯାହାକି କେହି ପ୍ରମାଣ କରିବା ମୁସ୍କିଲ ହୋଇ ପଡିବ ।
(Advt)
ଓଡିଶାରେ ସୌମ୍ୟବାବୁଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଜଣେ ସୁ ସଂଗଠକ,ଜ୍ଞାନୀ,ଗୁଣୀ,ଖବର କାଗଜ ବ୍ୟବସାୟ ଓ ରକ୍ତ ଦାନ ଇତିହାସରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ସଫଳ ବ୍ୟକ୍ତିତ୍ୱ । ଏ ସବୁ ପରେବି ତାଙ୍କର ଆଉଏକ ପରିଚୟ ହେଉଛି ସେ ହେଉଛନ୍ତି ଓଡିଶାର ଜଣେ ବରେଣ୍ଣ୍ୟ ଦିବଂଗତ ରାଜନେତା ତଥା ଓଡିଶା ରାଜନୀତି ଇତିହାସର ଜଣେ ଆଲୋଚ୍ୟ ବ୍ୟକ୍ତିତ୍ୱ ସ୍ୱର୍ଗତ ଜାନକି ବଲ୍ଲଭ ପଟ୍ଟନାୟକଙ୍କ ଏକମାତ୍ର ଜାମାତା । ସେହିପରି ସୌମ୍ୟବାବୁଙ୍କ ସହ ଆଉ ଏକ ପରିଚୟ ଯୋଡି ହୋଇ ରହିଛି । ତାହା ହେଉଛି ବରିଷ୍ଠ କଂଗ୍ରେସ ନେତା ତଥା ବର୍ତ୍ତମାନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କର ସେ ହେଉଛନ୍ତି ସାନଭାଇ । ସବୁ ପରେବି ସୌମ୍ୟବାବୁ ନିଜେହିଁ ତାଙ୍କର ଏକ ପରିଚୟ ସୃଷ୍ଟି କରିବାରେଯେ ସଫଳ ହୋଇଛନ୍ତି ତାହା ଯେକେହି ନିନ୍ଦୁକ ହେଲେବି ସ୍ୱିକାର କରିବାକୁ ବାଧ୍ୟ ହେବ । ଯେଉଁଥିପାଇଁ ଉପରୋକ୍ତ ତିନୋଟି ଆଲୋଚ୍ୟ ପ୍ରସଙ୍ଗକୁ ଅପ୍ରାସଙ୍ଗିକ ମନେକରିବା ଭୁଲ ହେବ । କାରଣ ଏସବୁ କାର୍ଯ୍ୟ ସମ୍ପାଦନାର ଦକ୍ଷତା ତାଙ୍କ ପାଖରେ ଭରପୁର ରହିଛି । ତେବେ ଆମେ ଅଲୋଚନାକୁ ଆଣିଥିବା ପ୍ରସଙ୍ଗଟି ଏହି ଅଡୁଆ ସୂତାର ଏକ ଖିଅ ପରି ଗ୍ରହଣ କରି ମୂଳ ପର୍ଯ୍ୟନ୍ତ ଯିବାକୁ ଚୋ କରିଛୁ । ଯଦିଚ ଆମ ପ୍ରସଙ୍ଗର ସତ୍ୟତାର ପ୍ରମାଣ ଏବେ ମିଳିବା କଷ୍ଟକର ତଥାପି ପୁରପୁରି ଏଡାଇ ନଦେଇ ଭବିଷ୍ୟତକୁ ଅପେକ୍ଷା କରିବା ଠିକ୍ ହେବ ।
ଏଠାରେ ଆମ ପ୍ରସଙ୍ଗ ସହିତ ଓଡିଶା ରାଜନୀତିକୁ ମଧ୍ୟ ଯୋଡା ଯାଇପାରେ । ମାଲକାନାଗିରି ଜିଲ୍ଲାର ଗୁରୁପ୍ରିୟା ସେତୁ ନିଶ୍ିତ ଭାବେ ନବୀନ ବାବୁଙ୍କ ଶାସନ କାଳର ଏକ ମାଇଲଖୁଣ୍ଟ ଭାବେ ଗ୍ରହଣ କରାଯିବ । ଦିର୍ଘ ସାତ ଦଶନ୍ଧି ଧରି ଓଡି।।ରେ ଥାଇମଧ୍ୟ ବିଚ୍ଛିନ୍ନ ହୋଇ ରହିଥିବା ୯ଟି ପଞ୍ଚାୟତର ହଜାର ହଜାର ଲୋକ ସରକାରୀ ଯୋଜନାର ସ୍ୱାଦ ଚାଖିବେ । ଏପରି ଏକ ସଫଳତାର ସମ୍ପୂର୍ଣ୍ଣ ଫାଇଦା ନେବା ପାଇଁ ବିଜେଡି ତରଫରୁ ଉଦ୍ୟମ ଆରମ୍ଭ ହୋଇଛି । ଉଦ୍ଘାଟନ ଦିନ ଓଡିଶାର ସମସ୍ତ ଛପା ଗଣମାଧ୍ୟମର ସାମ୍ନା ପୃଷ୍ଠାରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଯେପରି ବିଜ୍ଞାପନ ଛପାଗଲା ତାହା ଏହାର ଏକ ପ୍ରମାଣ ଭାବେ ଗ୍ରହଣ କରାଯାଇପାରେ । ହେଲେ ସେହିଦିନ ବିଜେଡି ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ତଥା ଓଡିଶାର ଏକ ପ୍ରମୁଖ ଖବର କାଗଜର ଭିତର ପୃଷ୍ଠାରେ ପ୍ରକାଶ ପାଇଥିବା ସମ୍ପର୍କର ସେତୁ ଗୁରୁପ୍ରିୟା ଶିର୍ଷକ ଖବରରେ ପ୍ରକାଶ ପାଇଥିବା କିଛି ଅଜଣା ତଥ୍ୟ ରାଜ୍ୟ ରାଜନୀତିକୁ ଦୋହଲାଇବାରେ କିଛିମାତ୍ରାରେ ସଫଳ ହୋଇଛି କହିଲେ ଭୁଲ ହେବନାହିଁ । ଏହି ପୃଷ୍ଠାରେ ଜାନକୀଙ୍କ ନବୀନ ନବୀନ ସାକାର କଲେ ଶିର୍ଷକରେ ପ୍ରକାଶ ପାଇଥିବା ଖବରଟି ନିଶ୍ଚିନ ଭାବେ ସବୁ ପାଠକଙ୍କୁ କିଛି ମାତ୍ରାରେ ଦ୍ୱନ୍ଦରେ ପକାଇଛି । କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଯେତେଜଣ ମୁଖ୍ୟମନ୍ତ୍ରୀ ହୋଇଛନତ୍ତି ସେମାନେ ସମସ୍ତେ ନିଶ୍ଚିତ ଭାବେ ଓଡିଶାର ପ୍ରଗତୀ ପାଇଁ କିଛିନା କିଛି ସ୍ୱପ୍ନ ଦେଖିଛନ୍ତି । ସେଥିରୁ କିଛି ସାକାର ହୋଇଛି ଆଉକିଛି ଏବେବି ସେହି ସ୍ୱପ୍ନ ହୋଇ ରହିଛି । କିନ୍ତୁ ନବୀନ ବାବୁଙ୍କ ୧୮ବର୍ଷ ଶାସନ କାଳରେ ବୋଧ ହୁଏ ପ୍ରଥମ କରି ନବୀନ ବାବୁ ବିଜୁ ବାବୁଙ୍କ ରାଜନ÷ତୀକ ବିରୋଧିଙ୍କ ସ୍ୱପ୍ନକୁ ସାକାର କରିଥିବା କୁହା ଯାଇଛି । ସବୁକ୍ଷେତ୍ରରେ ବିଜୁ ବାବୁଙ୍କ ଆଶାକୁ ତାଙ୍କ ସବୁପୁତ୍ର ନବୀନ ବାବୁ ସାକାର କରିଥିବା ଦଳର ପ୍ରବକ୍ତା ମାନେ କହୁଥିବା ବେଳେ ପ୍ରଥମ ଥର ପାଇଁ ବୋଧହୁଏ ଏପରି ଏକ ବ୍ୟତିକ୍ରମ ଶୁଣିବାକୁ ମିଳିଲା । ତାହା ପୁଣି ଆଉ କାହାଠାରୁ ନୁହେଁ ବିଜେଡି ଦଳରେ ସଦ୍ୟ ଯୋଗଦେଇ ରାଜ୍ୟ ସଭା ସାଂସଦ ପଦ ଉପହାର ପାଇଥିବା ସୌମ୍ୟବାବୁଙ୍କ ସଂପାଦିତ ଖବର କାଗଜ ମାଧ୍ୟମରେ । ହୁଏତ ଓଡିଶାବାସୀ ଏପରି ଏକ ତଥ୍ୟ ସମ୍ପର୍କରେ ପ୍ରାୟତଃ ଅବଗତ ନଥିବେ । ଅନ୍ୟପଟେ ଏପରି ଏକ ତଥ୍ୟକୁ ସାମ୍ନାକୁ ଆଣି ସୌମ୍ୟବାବୁ ପରୋକ୍ଷରେ ନିଜ ସ୍ୱାଭିମାନର ପରିଚୟ ଦେବାକୁ ମଧ୍ୟ ପଛାଇ ନାହାନ୍ତି । ରାଜନୀତିକୁ ଭଲ ଲୋକ ଆସିବା ଦରକାର… ଦଳରେ ରହିମଧ୍ୟ ସତକଥା କହିବାରେ କିଛି ଅସୁବିଧା ନାହିଁ…ଦଳରେ ରହି ଆନ୍ଦୋଳନ କରି ନିଜ ହକ୍କୁ ସାବ୍ୟସ୍ତ କରିହେବ ବୋଲି କହୁଥିବା ସୌମ୍ୟବାବୁଙ୍କର ଏପରି ଏକ ତଥ୍ୟ ଖୋଲି ନିଜ କହିବା କଥାର ପ୍ରମାଣ ଦେବାକୁ ଚେଷ୍ଟା କରିଛନ୍ତି । ଏଣୁ ସୌମ୍ୟବାବୁଙ୍କ ଆମ ଓଡିଶା ମାଧ୍ୟମରେ କରାଯାଉଥିବା ରକ୍ତଦାନ କାର୍ଯ୍ୟକ୍ରମ ବନାମ ବିଜେଡି ଦଳର ବୀବନ ବିନ୍ଦୁ କାର୍ଯ୍ୟକ୍ରମ ଓ ଗୁରୁପ୍ରିୟା ସେତୁ ସହ ଜନକୀ ଓ ନବୀନଙ୍କ ଆଶା ସାକାର ପ୍ରସଙ୍ଗ କୋଉଠି ନା କୋଉଠି ସେମାନଙ୍କ ମଧ୍ୟରେ ନୂଆ ପରି ଦେଖା ଯାଉଥିବା ସମ୍ପର୍କର ପୁରୁଣା ମୁଳଦୁଆ ପରି ଅନୁମେୟ ହେଉଛି । ତେବେ ଏ ସବୁ ପ୍ରଶ୍ନର ଉତ୍ତର ଏବେ ନୁହେଁ ବରଂ ଏଥିପାଇଁ ଆଗାମୀ ଦିନକୁ ଅପେକ୍ଷା କରିବାକୁ ହେବ ।
