ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
ଅବିଭକ୍ତ କଟକ

ଝୁଲା ରାସ୍ତାରେ ଜୀବନ: ଆଁ କରିଛି ବିପଦ Report: Ramesh Pradhan

ସାଧାରଣ ଜନତାଙ୍କ ସ୍ୱାର୍ଥ ରକ୍ଷା ଓ ସେମାନଙ୍କ ସ୍ୱଚ୍ଛନ୍ଦ ଜୀବନ ପାଇଁ କାର୍ଯ୍ୟ କରୁଛି ପ୍ରଶାସନ । ହେଲେ ବେଳେବେଳେ ପ୍ରଶାସନର ଖାମଖବଆଲି ନୀତି ସାଧାରଣ ଜନତାଙ୍କୁ ଅସୁବିଧାରେ ପକାଇଥାଏ । ଏପରିକି ସେମାନଙ୍କ ସ୍ଥାଣୁତା ମରଣ ମୁହଁକୁ ଠେଲିଦିଏ ସାମଧାରଣ ଲୋକଙ୍କୁ ।
ଲଗାଣ ବର୍ଷାରେ ଧୋଇଗଲା ମାଟି । ରାସ୍ତା ତଳ ଫମ୍ପା । ସେହି ରାସ୍ତା ଉପରେ ଅହରହ ଚାଲିଛି ବିଭିନ୍ନ ପ୍ରକାର ଯାନବାହନ । ବିପଦ ଆଁ କରି ରହିଛି । ତଳକୁ ଖସି ପଡିଲେ ସିଧା ୫୦ ଫୁଟତଳେ ନଦୀ ଭିତରେ ।ରାସ୍ତା ତଳୁ ମାଟି ବାହାରି ଗଲାଣି,ନାହିଁ ଫୁଟ୍‌ପାଥ୍‌,ଅଘଟଣ ଘଟିଲେ ସିଧା ୫୦ଫୁଟ ତଳକୁ ଖସିପଡିବାର ସମ୍ଭାବନା । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଯାତାୟତ କରୁଛି ଶହଶହ ଯାନବାହନ । କାରଣ କଣ୍ଟାପଡା ବ୍ଲକ ସହ ବାଇଶି ମୌଜାର ବହୁଗ୍ରାମର ଗ୍ରାମବାସୀ ମାନେ ଫୁଲନଖରା- ନିଆଳୀ ମୁଖ୍ୟ ରାସ୍ତାକୁ ଆସିବାକୁ ହେଲେ ଏହି ରାସ୍ତାହିଁ ସେମାନଙ୍କ ପାଇଁଏକମାତ୍ର ମାଧ୍ୟମ । କିନ୍ତୁ ଏପରି ଏକ ବିପଦପୂର୍ଣ୍ଣ ସ୍ଥାନ ପ୍ରତିି ପ୍ରଶାସନର ନଜର ନାହିଁ । ପ୍ରାୟ ଦୁଇବର୍ଷରୁ ଉର୍ଦ୍ଧ୍ୱ ହେବ ରାସ୍ତାର ଏପରି ଅବସ୍ଥା ହୋଇଥିବା ବେଳେ ସେଠାରୁ ଦୁଇ କିଲୋମିଟର ଦୁରରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାର ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଥାଇ ମଧ୍ୟ ବୌଣସି ପଦକ୍ଷେପ ନିଆନଯିବା ହୁଏତ ଏକ ବଡ ଧରଣର ଅଘଟଣକୁ ଅପେକ୍ଷା କରାଯାଇଛି ବୋଲି ସନ୍ଦେହ କରାଯାଉଛି ।


କଣ୍ଟାପଡା ବ୍ଲକ ଅନ୍ତର୍ଗତ ଅଡଶପୁର ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଛି ଛେଦା – ବରାହୀପୁର ରାସ୍ତା । ସରକାରଙ୍କ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ କାର୍ଯ୍ୟ ହୋଇଥିବା ଏହି ରାସ୍ତାର ଅବସ୍ଥା ଦେଖିଲେ ଯେକେହି ଗ୍ରାମ୍ୟ ଉନ୍ନୟନ ବିଭାଗର ଦାୟୀତ୍ୱହୀନତାକୁହିଁ ଦାୟୀ କରିବ । ଏହି ରାସ୍ତାର ଛେଦା ଗ୍ରାମ ପୁର୍ବରୁ ରାସ୍ତା ତଳୁ ମାଟି ଧସିବାରେ ଲାଗିଛି । ଏବେ ରାସ୍ତା ତଳୁ ଅର୍ଦ୍ଧାଧିକ ମାଟି ତେଲିଯୋରୀ ନଦୀକୁ ବୋହି ଗଲାଣି । ଯେଉଁ କାରଣରୁ ରାସ୍ତାର ଏହି ଅଞ୍ଚଳ ବିପଦ ଶଙ୍କୁଳ ହୋଇପଡିଛି । କେତେବେଳେ ଯେ ଏହି ସ୍ଥାନରେ କିଛି ଅଘଟଣ ନଘଟିବ ତାହା କହିବା ମୁସ୍କିଲ ।ରାସ୍ତାର ଏପରି ଅବସ୍ଥା ସମ୍ପର୍କରେ ପ୍ରଶାସନ ସବୁ ଜାଣିଥିଲେବି ନୀରବ ରହିଛି । ସତେ ଯେମିତି ଏଠାରେ କିଛି ବଡ ଧରଣରେ ଅଘଟଣକୁ ଅପେକ୍ଷା କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

Quis autem vel eum iure reprehenderit qui in ea voluptate velit esse quam nihil molestiae consequatur, vel illum qui dolorem?

Temporibus autem quibusdam et aut officiis debitis aut rerum necessitatibus saepe eveniet.

ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
To Top