ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
ଅବିଭକ୍ତ କଟକ

ଟୁ ଇନ୍ ୱାନ୍ ଆମ୍ବୁଲାନ୍ସ!

ସ୍ୱାସ୍ଥ୍ୟ ବିଭାଗରେ ଅନେକ ନକଲିଙ୍କ କଥା ଆମେ ଆଗରୁ ଶୁଣିଛେ । କେବେ ନକଲି ଡାକ୍ତର ତ ଆଉ କେବେ ନକଲି ଫାର୍ମାସିଷ୍ଟ୍ । ନକଲି ଔଷଧ କଥା ତ ଏକ ନିତି ଦିନିଆ ଖବର । ହେଲେ ସବୁ ନକଲି ସହିତ ଏବେ ଯାହା ନକଲି ଯୋଡି ହୋଇ ଯାଇଛି ତାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହା ପୁଣି ଆବିସ୍କାର ହୋଇଛି କେନ୍ଦ୍ରାପଡାରେ । ତାହା ହେଉଛି ନକଲି ୧୦୮ ଆମ୍ବୁଲାନ୍ସ । ଫୋନ କରିଦେଲେ ଆମ୍ବୁଲାନ୍ସ ହାଜର । ହେଲେ ବ୍ୟତିକ୍ରମ ହେଉଛି ଏତିକି ୧୦୮ ଆମ୍ବୁଲାନ୍ସରେ ଯାହା ଯାହା ସରକାର ବ୍ୟବସ୍ଥା କରିଛନ୍ତି ତାହା ଏ ଆମ୍ବୁଲଊାନ୍ସରେ ଉପଲବ୍‌ଧ ନାହିଁ । ହେଲେ ଏହା ଆଉ ଏକ କାମରେ ବି ଲାଗୁଛି । ଗୋଟିଏ ପଟେ ୧୦୮ ଲେଖା ଯାଇଥିବା ବେଳେ ଅନ୍ୟପଟେ ଲେଖା ଯାଇଛି ଜନନୀ ଏକ୍ସପ୍ରେସ୍ । ମୋଟାମୋଟି କହିବାକୁ ଗଲେ ଟୁ ଇନ୍ ୱାନ୍ ଆମ୍ବୁଲାନ୍ସ । ଯେତେବେଳେ ଯେଉଁ ଋପରେ ଦେଖିବାକୁ ଚାହିଁ ତାହା ସେହି ଋପରେ ଦେଖାଦେବ । କେନ୍ଦ୍ରପଡା ଜିଲ୍ଲାରେ ମୋଟ ୧୫ଟି ଜନନୀ ଏକ୍ସପ୍ରେସ ରୋଗୀ ପରିବହନ କାର୍ଯ୍ୟରେ ନିଯୁକ୍ତ ହୋଇଛନ୍ତି । କିନ୍ତୁ ଏହି ଆମ୍ବୁଲାନ୍ସଟି ସବୁଠୁ ନିଆରା । ବାରମ୍ବାର ଏହି ଆମ୍ବୁଲାନ୍ସଟି ମେଡିକାଲକୁ ରୋଗୀ ପରିବହନ କରୁଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କର ସେଥି ପ୍ରତି ନିଘା ଥିବା ପରି ଲାଗୁନାହିଁ । ନହେଲେ ରୋଗୀଙ୍କ ଜୀବନକୁ ନେଇ ଖେଳୁଥିବା ଏହି ଆମ୍ବୁଲାନ୍ସଟି ଚାଲନ୍ତା କପରି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

Quis autem vel eum iure reprehenderit qui in ea voluptate velit esse quam nihil molestiae consequatur, vel illum qui dolorem?

Temporibus autem quibusdam et aut officiis debitis aut rerum necessitatibus saepe eveniet.

ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧

Copyright © 2018 Aama Khabar AH Web SolutionsThemetf

To Top