ଅବିଭକ୍ତ କଟକ

ଡି ବ୍ରଦର୍ସଙ୍କ ଘରେ ପୋଲିସ, ଉଭୟଙ୍କୁ ରିମାଣ୍ଡରେ ଆଣି କରୁଛି ପଚରାଉଚରା

କଟକ: ବନ୍ଧୁକ କାରବାର ଘଟଣାରେ ଡି ବ୍ରଦର୍ସଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରୁଛି କମିଶନରେଟ ପୋଲିସ । ଡି ବ୍ରଦର୍ସଙ୍କ ବାସଭବନକୁ ଉଭୟଙ୍କୁ ଆଣି ଆଜି କରୁଛି ଅଧିକ ତଦନ୍ତ । ଡି ବ୍ରଦର୍ସଙ୍କ ଘର ଚାରିପଟେ ବ୍ୟାପକ ପୋଲିସ ମୁତୟନ ।  
ଗତ ୯ ତାରିଖରେ ଧଳସାମନ୍ତଙ୍କ ଘରୁ ଜବତ ହୋଇଥିଲା ବନ୍ଧୁକ । ଘଟଣାରେ ଅଧିକ ତଦନ୍ତ ପାଇଁ ୩ ଦିନିଆ ରିମାଣ୍ଡରେ ଦୁଇ ଭାଇଙ୍କୁ ଆଣିଛି କମିସନରେଟ ପୋଲିସ । ସୂଚନାଥାଉକି, ଘରୁ ବନ୍ଧୁକ ଜବତ ମାମଲାରେ ଡ଼ି-ବ୍ରଦର୍ସଙ୍କୁ ଗୁରୁବାର ରିମାଣ୍ଡରେ ନେଇଥିଲା କଟକ କମିଶନରେଟ ପୋଲିସ ।  
ପୋଲିସ ଦୁଇ ଭାଇଙ୍କୁ ୫ ଦିନିଆ ରିମାଣ୍ଡ ମାଗିଥିବା ବେଳେ କୋର୍ଟ ୩ ଦିନ ରିମାଣ୍ଡର ଅନୁମତି ପ୍ରଦାନ କରିଛନ୍ତି । ଏହାପରେ ସାମୟିକ ଭାବେ ଦୁଇ ଭାଇଙ୍କୁ ଚୌଦ୍ବାର ଜେଲକୁ ନିଆ ଯାଇଥିଲା ଏବଂ ପରେ ଚୌଦ୍ବାର ପୋଲିସ ସେମାନଙ୍କୁ ଜେଲରୁ ଆଣି ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିଲା।  
ଗତ ଡିସେମ୍ବର ୯ ତାରିଖ ରାତିରେ ପୋଲିସ ଉଭୟଙ୍କ ସିିିଡିିିଏଏ ଘରେ ଚଢାଉ କରି ୮ ଟି ବନ୍ଧୁକ ସହିତ ୧୦୯୫ ରାଉଣ୍ଡ ଗୁଳି ଜବତ କରିଥିଲା। ଏହାସହିତ ତାଙ୍କର ସହଯୋଗୀଙ୍କ ଠାରୁ ମଧ୍ୟ 8ଟି ବନ୍ଧୁକ ଜବତ କରାଯାଇଥିଲା।  ଆଜି ପୁଣି ଥରେ ଧଳ ବ୍ରଦର୍ସ ଘରେ ଛଡାଉ।ଗତକାଲି ୩ ଦିନ ରିମାଣ୍ଡରେ ଆସିଥିବା ଧଳ ବ୍ରଦର୍ଶ ଙ୍କ ଠାରୁ ଆଉ କିଛି ତଥ୍ୟ ଉଗୁଳାଇବା ରେ ସକ୍ଷମ ହୋଇଛି ପୋଲିସ ଏବଂ ଆଶା କରା ଯାଉଛି ଯେ ବୋଧେ ବହୁତ ଶୀଘ୍ର ଆଉ କିଛି ସତ୍ୟ ଏବଂ ଆଉ କିଛି ଧଳ ଙ୍କ ସହଯୋଗୀ ଙ୍କ ନାମ ଆସିପାରେ।

Most Popular

To Top