ରାଜ୍ୟ

CORONA BREAKING : ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଲା । ଆକ୍ରାନ୍ତ ଭୂବନେଶ୍ୱରର ବାସିନ୍ଦା ବୋଲି ଟୁଇଟ୍ ମାଧ୍ୟମରେ ଜଚ୍ଚାଇଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ପୂର୍ବରୁ ଦୁଇଜଣ ଚିହ୍ନଟ ହୋଇଥିଲେ। ତୃତୀୟ ଆକ୍ରାନ୍ତ ମିଶିଥିବା ଲୋକଙ୍କ ସନ୍ଧାନ କରୁଛନ୍ତି ପ୍ରଶାସନିକ ଅଧିକାରୀ।

ଧର୍ମଗଡ଼:ସରକାର ଙ୍କ ଲକ୍ ଡାଉନ୍ ଅବମାନନା, ଧର୍ମଗଡ଼ ବ୍ଲକ୍ ଅଧ୍ୟକ୍ଷ କୋକସରା ପୋଲିସ ଦ୍ବାରା ଗିରଫ, ଅବମାନନା କରି ବ୍ଲକ୍ ଅଧ୍ୟକ୍ଷ ବଳରାମ ପୂଝାରୀ ନିଜ ଗାଁ ବେହେରା ରେ ନିର୍ମାଣ ଧୀନ ନୂତନ ଗୃହ ପ୍ରବେଶ କରୁଥିଲେ ଓ ଜନଗହଳି କରୁଥିଲେ।ଲକ୍ ଡାଉନ୍ ଯୋଗୁଁ ତାମିଲନାଡୁ ମଦୁରାଇ ପେରିଆର ଅଂଚଳରେ ଅଟକି ରହିଛନ୍ତି ୪୦ ଓଡିଆ ଶ୍ରମିକ।ସାହାଯ୍ୟ ପାଇଁ ଓଡିଶା ସରକାରଙ୍କୁ କରିଛନ୍ତି ନିବେଦନ। କରୋନା ମୁକାବିଲା ପାଇଁ ଜିଲ୍ଲା କଟକ: ପ୍ରଶାସନ ର ପଦକ୍ଷେପ ଏସସିବି ମେଡିକାଲ ହେବ ନୋଡାଲ ସେଣ୍ଟର।ଏଥିପାଇଁ ୫୦୦ ରୁ ୭୦୦ ବେଡ଼ ନର୍ସିଂ କଲେଜ ରେ ପ୍ରସ୍ତୁତ କରିବା ପାଇଁ ଏସସିବି କର୍ତ୍ତୃପକ୍ଷ କୁ ନିର୍ଦେଶ ଦିଆଯାଇଛି।ଏଥିସହିତ ଜିଲ୍ଲା ଓ ସିଏମସି ଅଧିନ ରେ ଥିବା ହସ୍ପିଟାଲ ରେ ୧୦୦୦ ବେଡ୍ ଏହିପରି ସମୁଦାୟ ୨୦୦୦ ପ୍ରସ୍ତୁତ ରଖିବାକୁ କୁହାଯାଇଛି।ଘରୋଇ ହସ୍ପିଟାଲ ର ୪୦ ପ୍ରତିଶତ ବେଡ଼ କରୋନା ସନ୍ଦିଗ୍ଧ ଙ୍କ ପାଇଁ ସଂରକ୍ଷିତ ରଖିବାକୁ ଚିଠି ଲେଖା ଯାଇଥିବା ଜିଲ୍ଲାପାଳ ଭାବନି ଷଙ୍କର ଚୟନି ସୂଚନା ଦେଇଛନ୍ତି। କେନ୍ଦ୍ରାପଡା: ସୋସିଆଲ ମିଡ଼ିଆ ରେ ଗୁଜବ କରି ଯୁବକ ଅଟକ। ଯୁବକ ହେଲେ ପଟ୍ଟାମୁଣ୍ଡାଇ ଅଞ୍ଚଳର ପ୍ରତାପ ପାଢ଼ୀ । ରାଜନଗର ବିଧାୟକ ଧୃବ ସାହୁ। ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ତିନିମାସ ର ଦରମା ପ୍ରଦାନ କରିଥିବା ଚେକ୍ ବାଉଁଶ ହୋଇଥିବା ନେଇ ନିଜ ର ସୋସିଆଲ ଗ୍ରୁପ୍ ରେ ସେୟାର କରିଥିଲେ । ତେବେ ଏତଲା ପରେ ପୋଲିସ ଯୁବକ କୁ ଅଟକ ରଖିଥିବା ସୂଚନା ମିଳିଛି। ମୟୂରଭଞ୍ଜ: ସମଗ୍ର ଜିଲ୍ଲାରେ ଲକ ଆଉଟ୍ ଚାଲୁଥିବା ସମୟରେ ଆଇନ ଶୃଙ୍ଖଳା ଖିଲାପକାରି ୪୯ ଜଣ ଅଭିଯୁକ୍ତଂକୁ ଗିରଫ କରିଛି ପୋଲିସ୍। ଗିରଫ ପରେ ସେମାନଙ୍କୁ ଜାମିନ ରେ ଛାଡି ଦିଆଯାଇଛି।ଏ ବାବଦରେ ୨୪ ଗୋଟି ମାମଲା ରୁଜୁ କରାଯାଇଛି।୩୨ ଟି ଗାଡ଼ି ଜବତ କରାଯାଇଛି।୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ବଲାଙ୍ଗୀର ;- ଲକଆଉଟ୍ ସମୟରେ ଆଇନ ଅମାନ୍ୟ କରି ବଲାଙ୍ଗୀର ଟାଉନ ଥାନା ପୋଲିସ ଦ୍ୱାରା ସହରର ବିଭିନ୍ନ ସ୍ଥାନରୁ ୫୦ଜଣ ଶୃଙ୍ଖଳା ଖିଲାପକାରି ଗିରଫ । ବାଇକ ଜବତ । ଗିରଫ ପରେ ସମସ୍ତଙ୍କୁ ବ୍ୟକ୍ତି ଗତ ଜାମିନରେ ଛାଡି ଦିଆଯାଇଛି। ମୟୂରଭଞ୍ଜ: ଲକ୍ ଡାଉନ୍ ନିୟମ ଭାଙ୍ଗି ବିଚ୍ ରାସ୍ତାରେ ଉଠ୍ ଵସ୍ ହେଲେ ଯୁବକ। ଆସିକା : ଆସିକା ରେ କୋରନା ଲକ ଡାଉନ୍ କୁ ବେଖାତିର । ବିଭିନ୍ନ ଅଞ୍ଚଳରେ ଜୁଆ ଖେଳୁଥିବା ବେଳେ ତିରିଶି ଜଣ ଜୁଆଡି ଗିରଫ । ତିନି କିଲୋମିଟର ଚଲାଇ ଚଲାଇ ନେଲା ପୋଲିସ । ଦେଶର ଶତୃ କହି ହାତ ଟେକି ଚାଲି ଚାଲି ଗଲେ ଥାନା କୁ ଅଭିଯୁକ୍ତ ମାନେ । ଝାରସୁଗୁଡା ଜିଲ୍ଲାରେ କଟକଣାକୁ ଉଲଂଘନ କରିଥିବାରୁ ୧୯ଟି କେସ ଦରଜ କରାଯାଇଥିବା ବେଳେ ୨୦ଜଣଙ୍କୁ ଗିରଫ କରିଛି ପୋଲିସ । ବିନା ହେଲମେଟରେ ଗାଡ଼ି ଚଳାଉଥିବାରୁ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ତରଫରୁ ଜୋରିମାନା ବାବଦକୁ ଝାରସୁଗୁଡ଼ାରେ ୯ଜଣଙ୍କ ନିକଟରୁ ୯ହଜାର ଓ ବ୍ରଜରାଜନଗରରେ ୨୪ଜଣଙ୍କ ପାଖରୁ ୭ହଜାର ଟଙ୍କା ଆଦାୟ କରାଯାଇଛି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ କହିଛନ୍ତି। କ୍ବାରେଣ୍ଟାଇନ୍ ନୀୟମ ଉଲଂଘନ ଅଭିଯୋଗରେ ଧଉଳି ଥାନାରେ ମାମଲା।ଭୂବନେଶ୍ୱର ତହସିଲଦାର କଲେ ଅଭିଯୋଗ। ଭୂବନେଶ୍ୱର ର ଦୁଇଟି ଘରୋଇ ଡାକ୍ତରଖାନା ସହ ସରକାରଙ୍କ ଚୁକ୍ତି ସ୍ବାକ୍ଷରିତ। ନିର୍ମାଣ ହେବ ଷ୍ଟାର ଏଲୋନ କୋଭିନ୍ ହସ୍ପିଟାଲ।କେଵଳ କରୋନା ଆକ୍ରାନ୍ତଙ୍କ ହେବେ ଛିକିତ୍ସା।କମିବ ସଂକ୍ରମଣ। ହସ୍ପିଟାଲ ଦୁଇଟି ହେଲା କିମ୍ସ ଓ ସମ୍ ହସ୍ପିଟାଲ।


Click to comment

Leave a Reply

Your email address will not be published. Required fields are marked *

5 × 3 =

Most Popular

To Top