ଅବିଭକ୍ତ କଟକ

ଦାଦା ବଟିକୁ ରୋକିବା ପାଇଁ ଏବେ କମିଶନରେଟ୍ ର ଚାଲିଛି ସ୍ଵତନ୍ତ୍ର ଅଭିଯାନ:୩ ଗିରଫ

ଆଗକୁ ଆସୁଛି ପୂଜା । ତେବେ ତା ପୂର୍ବରୁ କଟକ ସହର ରେ ସକ୍ରିୟ ହୋଇଛନ୍ତି ଅପରାଧୀ। ବିଶେଷ କରି ବଟୀ ଆଦାୟ ପାଇଁ ଏବେ ସେମାନେ ବ୍ୟବସାୟୀ ଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି। ବଟି ଆଦାୟ ଅଭିଯୋଗ ରେ ମଙ୍ଗଳାବାଗ ଥାନା ପୋଲିସ ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ସେମାନେ ହେଲେ ରାଣୀହାଟ ମାଳିସାହି ର ରାଜା ଓରଫ ରାଜେଶ୍ ପାଲ୍,ଭିକି ଓରଫ୍ ଭବାନୀ ଶଙ୍କର ରାଉତ ଏବଂ ରାଣୀହାଟ ଗୋପାଳ ସାହି ର ବାପି ଓରଫ୍ ଶ୍ରୀକାନ୍ତ ବେହେରା । ଏମାନଙ୍କ ନାଁ ରେ ପୂର୍ବରୁ ବିଭିନ୍ନ ଥାନା ରେ ଏକାଧିକ ମାମଲା ରହିଛି। ମୁଖ୍ୟତଃ ଯେଉଁମାନଙ୍କ ର ନୂଆ ଘର କାମ ହେଉଥିଲା କିମ୍ବା ଦୋକାନ ଆରମ୍ଭ ହେଉଥିଲା। ସେମାନଙ୍କୁ ହିଁ ଏହି ଗୋଷ୍ଠୀ ଟାର୍ଗେଟ କରୁଥିଲା। ଗତ ୧୬ ତାରିଖ ରାତିରେ ମଙ୍ଗଳା ବାଗ ଥାନା ଅନ୍ତର୍ଗତ ବଜ୍ରକବଟି ରୋଡ ଏବଂ ମାଳି ସାହି ଅଞ୍ଚଳ ରେ ଗୋଟେ ଗ୍ୟାଙ୍ଗ ଟଙ୍କା ଆଦାୟ କରିବା ପାଇଁ ଭିଡ ଜମାଇଥିଲେ। ଏ ବାବଦ ରେ ଖବର ପାଇ ମଙ୍ଗଳାବାଗ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସ୍ଥଳରୁ ଏହି ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରି ଜେଲ୍ କୁ ପଠାଇ ଦେଇଛି। ଦାଦା ବଟିକୁ ରୋକିବା ପାଇଁ ଏବେ କମିଶନରେଟ୍ ର ଚାଲିଛି ସ୍ଵତନ୍ତ୍ର ଅଭିଯାନ।

Most Popular

To Top