ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
ବିଶେଷ

ଦୁଇଟି ଭିଡିଓ ଓ ଭକ୍ତ ନବୀନ,Raghu Acharya


ଏପରି ଏକ ଅନାଲୋଚିତ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିବା ପୁର୍ବରୁ ଏହି ଖବର ସହିତ ସଂଲଗ୍ନ କରାଯାଇଥିବା ଭିଡିଓ ଦୁଇଟି ଦେଖିବା ଏକାନ୍ତ ଆବଶ୍ୟକ । କାରଣ ଏହି ଭିଡିଓ ଦେଖିବା ପରେ ଏପରି ଏକ ପ୍ରସଙ୍ଗକୁ ଆଲୋଚନା କରିବାକୁ ଆମେ ଇଚ୍ଛା କରୁଛୁ ।
ହୁଏତ ଓଡିଶାର ମଙ୍ଗ ଯେ ଦିନେ ନବୀନଙ୍କ ହାତରେ ରହିବ ଏହା ଆମ୍ଭେ କେହି ଭାବି ନଥିଲେ ବି ମନରେ ରଖିଥିଲେ ପ୍ରବାଦ ପୁଋଷ ବିଜୁ ପଟ୍ଟନାୟକ । ଯେଉଁଥିପାଇଁ ହୁଏତ ସେ ରହୁଥିବା ତାଙ୍କ ପ୍ରିୟ ବାସସ୍ଥାନକୁ ନବୀନଙ୍କ ନାମରେ ନାମିତ କରିଥିଲେ । ଏପର୍ଯ୍ୟନ୍ତ ନବୀନଙ୍କ ସମ୍ପର୍କରେ ଯେତିକି ତଥ୍ୟ ସାଧାରଣରେ ପ୍ରକାଶ ପାଇଛି ତାହା ତୀକ୍ଷ୍ନ ଭାବେ ଯେକେହି ଅନୁଧ୍ୟାନ କରିବ ତାହେଲେ ନିଶ୍ଚତି ଭାବେ ବର୍ତ୍ତମାନର ନବୀନ ପଟ୍ଟନାୟକ ଯେ ସେହି ବ୍ୟକ୍ତି ସେନେଇ ସନ୍ଦେହ ଉପୁଜିବା ସ୍ୱାଭାବିକ । କାରଣ ରାଜନୀତି ଠାରୁ ବହୁ ଦୁରରେ ନିଜକୁ ଅନ୍ୟକିଛି କାର୍ଯ୍ୟ ସହିତ ଯୋଡି ରଖୁଥିବା ନବୀନ ବିଜୁବାବୁଙ୍କ ଦେହାନ୍ତ ପରେ ହଠାତ ରାଜନୀତିକୁ ଆସି ଏପରି ନିରଙ୍କୁଶ ଶାସନ କରିବେ ତାହା ହୁଏତ ସେଦିନ କେହି ଭାବି ନଥିବେ । ଯଦିଓ ତାଙ୍କୁ ରାଜନୀତିକୁ ଆଣିଥିବା ବ୍ୟକ୍ତି ମାନେ ଓଡିଶା ରାଜନୀତିରେ ଜଣେ ଜଣେ ଧୁରିନ୍ଦ ତଥା ବିଚକ୍ଷଣ ବ୍ୟକ୍ତିତ୍ୱ ତାହା ସାରା ଓଡିଶା ବାସୀ ସ୍ୱିକାର କରିବେ । କିନ୍ତୁ ଖୋଦ ନବୀନ ସେମାନଙ୍କୁ ମଧ୍ୟ ରାଜନୀତିର ନୂତନ ସଜ୍ଞା ଶିଖାଇବାରେ ସଫଳ ହୋଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ ।
ନିକଟରେ ନବୀନଙ୍କ ବ୍ୟକ୍ତିଗତ ସଚୀବ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କ ଏକ ଭିଡିଓ ସାରା ରାଜ୍ୟରେ ଭାଇରାଲ ହୋଇଛି । ଏକ ଗଣମାଧ୍ୟମ ସମ୍ମିଳନୀରେ ଅଧିକାରୀ ଜଗତର ନାଥ ଜଗନ୍ନାଥ ଓ ନବୀନଙ୍କ ସମ୍ପର୍କ ବାବଦରେ ତଥ୍ୟ ରଖିଛନ୍ତିି । ପୁରୀ ଶ୍ରୀ ମନ୍ଦିରର ଶ୍ରୀ ବୃଦ୍ଧି ପାଇଁ କିପରି ୨୦୧୬ ମସିହାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ କେଉଁ ପରି ପରିସ୍ଥିତିରୁ ଏପରି ଏକ ଚିନ୍ତା କରାଗଲା ସେବାବଦରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି । ପ୍ରସଙ୍ଗ କ୍ରମେ ସେ ନବୀନଙ୍କୁ ଜଗନ୍ନାଥଙ୍କ ଜଣେ ଭକ୍ତ ଭାବେ ଉପସ୍ଥାପିତ କରିଛନ୍ତି । ଓଡିଶାରେ ଜନ୍ମ ହୋଇ ଯେ କେହି ଜଗନ୍ନାଥଙ୍କ ନିକଟରେ ନିଜକୁ ଉତ୍ସର୍ଗ କରିଦେବା ସ୍ୱାଭାବିକ କଥା । ସେଥିରେ ଆମର କୌଣସି ଦ୍ୱିମତ ହେବାର ନାହିଁ । କିନ୍ତୁ ଏଠାରେ ଗୋଟିଏ କଥା ଆମେ ପରିସ୍କାର କରିଦେବାକୁ ଚାହୁଁ କି, ନବୀନଙ୍କ ଏପରି ଗୁଣ କେବଳ ଜଗନ୍ନାଥ ନୁହେଁ କାହିଁକି ବରଂ ସବୁ ଦେବାଦେବୀ ଏପରି କି ଅନ୍ୟ ଧର୍ମର ଆରାଧ୍ୟ ମାନଙ୍କ ପ୍ରତିଯେ ରହିଛି ତାହା ପ୍ରମାଣିତ ହୋଇ ସାରିଛି । ଓଡିଆ ସଂସ୍କୃତି, ଓଡିଶାର ପରମ୍ପରା ସର୍ବୋପରି କଣ କଲେ ଓଡିଆଙ୍କ ମନ କିଣି ହେବ ସେ ବାବଦରେ ଇତି ମଧ୍ୟରେ ନବୀନ ପୁରା ସଚେତନ ହୋଇ ସାରିଛନ୍ତି । ବର୍ତ୍ତମାନର ନବୀନ ପଟ୍ଟନାୟକ ଯେ ଆଉ ସେଦିନର ନବୀନ ପଟ୍ଟନାୟକ ହୋଇ ନାହାନ୍ତି ଏହା ତାଙ୍କ ବିଭିନ୍ନ କାର୍ଯ୍ୟଶୈଳୀରୁ ସ୍ପଷ୍ଟ ହୋଇଗଲାଣି । ନଳିନୀ ମହାନ୍ତ,ବିଜୟ ମହାପାତ୍ର ଓ ପଞ୍ଚାନନ କାନୁନଗୋ ଏପରିକି ଶେଷରେ ଦାମୋଦର ରାଉତଙ୍କ ପରି ବରିଷ୍ଠ ଓ ବିଚକ୍ଷଣ ରାଜନେତା ମାନଙ୍କ ଅନୁପସ୍ଥିତିରେ ବି ସେ ନିରଙ୍କୁଶ ଶାସନ ଗାଦୀ ଅକ୍ତିଆର କରିବାରେ ସଫଳ ହେବା ତାର ଏକ ଉଦାହରଣ ମାତ୍ର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ,କାଳିଆ,ପିଠା ପରି ଯୋଜନା ଓଡିଆଙ୍କ ମନ କିଣିବାରେ ନବୀନଙ୍କୁ ବେଶ ସହାୟକ ହୋଇଥିବା ଦେଖିବାକୁ ମିଳିଛି । ଏ ସବୁ ଯୋଜନା ଭିତରେ ଛପି ରହିଛି ଓଡିଆଙ୍କୁ ଆକୃଷ୍ଠ କରିବାର ମହୋଷଧି ।
ଏବେ ଆସିବା ଆଉ ଏକ ପ୍ରସଙ୍ଗକୁ । ଯାହା ଭିତରେ ଲୁଚି ରହିଛି ନବୀନଙ୍କ ସର୍ବଧର୍ମ ପ୍ରତି ଭକ୍ତି ଭାବର କଥା । ବିଗତ ନିର୍ବାଚନର କିଛି ଦିନ ପୁର୍ବର ଘଟଣା । ହଠାତ୍ ଘୋଷଣା ହେଲା ଆମ ଗାଁ,ଆମ ବିକାଶ ଯୋଜନା । ସାରା ରାଜ୍ୟରେ ଆଲୋଚନା ଚାଲିଲା । କଣ ବିକାଶ ହେବ,କାହାର ବିକାଶ ହେବ । ପ୍ରଚାର ପ୍ରସାରରେ ସାରା ରାଜ୍ୟ ଦୋହଲି ଉଠିଲା । କିଏ କେତେ ଚିନ୍ତା କରିଗଲେ । ହେଲେ ବିକାଶ ତାଙ୍କରି ହେଲା.ଯିଏ ଦିର୍ଘ ଦିନ ହେଲା ଅବହେଳିତ ଅବସ୍ଥାରେ ପଡି ରହିଥିଲେ । ଆଉ ସେହି ଅବିକଶିତ ମାନେ ହେଲେ ବିଭିନ୍ନ ଧର୍ମର ଆରାଧ୍ୟ ମାନେ । ସେମାନଙ୍କ ଉନ୍ନତୀ ପାଇଁ ସରକାରୀ ପ୍ରତିବନ୍ଧକ ଲାଗିଗଲା ପରେ ସେମାନେ ଅଲୋଡା ପ୍ରାୟ ପଡି ରହିଥିଲେ ଗାଁ ଗଣ୍ଡାରେ । ନୀୟମ କାନୁନକୁ ଟିକେ ମୋଡି ସେମାନଙ୍କ ବିକାଶ ଚିନ୍ତାରେ ବୋଧେ ନବୀନ ଏପରି ଏକ ଯୋଜନାର ଶୁଭାରମ୍ଭ କରିବାକୁ ଚିନ୍ତା କରିଥିଲେ । କାରଣ ବିଭିନ୍ନ ଗ୍ରାମର ବିକଶିତ କାର୍ଯ୍ୟ ମଧ୍ୟରେ ପ୍ରାୟ ୭୦ ପ୍ରତିଶତରୁ ଉର୍ଦ୍ଧ୍ୱ ବୋଧହୁଏ ସେହି ଅଲୋଡା ମାନଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ କହିଲେ ଅତ୍ୟୁକ୍ତି ହେବନାହିଁ । ଲକ୍ଷଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି ସେହି ମାନଙ୍କ ବିକାଶ ପାଇଁ । ଏହା ଠାରୁ ନବୀନଙ୍କ ଭକ୍ତି ଭାବର କଣ ବା ଅଧିକ ପରିଚୟ ଦିଆଯାଇ ପାରେ । ଏବେ ଦେଖନ୍ତୁ ତଳେ ସଂଲଭ୍ନ କରାଯାଇଥିବା ଭିଡିଓକୁ । ଯେଉଁ ଭିଡିଓ ଟି ଏକ ସୌଜନ୍ୟ ଭିଡିଓ । ସେହିଥିରୁ ପାଠକେ ଅନୁମାନ କରିପାରେିବେ ନବୀନ ବିଜୁବାବୁଙ୍କ ନୀତି ଆଦର୍ଶ ଆପଣେଇଚନ୍ତି ନା ପ୍ରକୃତ ଓଡିଆ (?)ଙ୍କୁ ଚିହ୍ନିବାର ନୀତି ଆପଣେଇ ନେଇଛନ୍ତି ? ପାଠକେ ଏହାର ଶ୍ରେଷ୍ଠ ବିଚାରକ ।

Click to comment

Leave a Reply

Your email address will not be published. Required fields are marked *

Most Popular

Quis autem vel eum iure reprehenderit qui in ea voluptate velit esse quam nihil molestiae consequatur, vel illum qui dolorem?

Temporibus autem quibusdam et aut officiis debitis aut rerum necessitatibus saepe eveniet.

ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
To Top