ଅବିଭକ୍ତ କଟକ

ନାବାର୍ଡ଼ର ସାମ୍ବାଦିକ ସମ୍ମିଳନୀ,Report:M.Bharat

ଭାରତ ସରକାରଙ୍କର ପି ଏମ୍ କିସାନ୍ ଯୋଜନାରେ ଯେଉଁ ଚାଷୀ ମାନେ ବ୍ୟାଙ୍କରୁ ୠଣ ନେଇଛନ୍ତି ଏବଂ ସେମାନଙ୍କ ପାଖରେ ପି ଏମ୍ କିଶାନ୍ କ୍ରେଡିଟ କାର୍ଡ ନାହିଁ ସେମାନଙ୍କୁ ବ୍ୟାଙ୍କ୍ ମାଧ୍ୟମରେ  ପି ଏମ୍ କିଷାନ୍ କ୍ରେଡିଟ କାର୍ଡ ଦେବା ପାଇଁ ଆଜିଠାରୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସ୍ଵତନ୍ତ୍ର ଅଭିଯାନ କାର୍ଯୟକ୍ରମ ମାଧ୍ୟମରେ ଚାଷୀ ମାନଙ୍କୁ ସଚେତନ କରାଯିବ। ଯେଉଁ ମାନଙ୍କ ନିକଟରେ ଚାଷ ଜମି ଅଛି ବ୍ୟାଙ୍କରୁ ଋଣ ନେଇଛନ୍ତି ଏବଂ ସେମାନଙ୍କ ନିକଟରେ କିଶାନ କ୍ରେଡିଟ କାର୍ଡ ନଥିଲେ ବ୍ୟାଙ୍କରେ ଦରଖାସ୍ତ ଦେଲେ ୧୪ ଦିନ ମଧ୍ୟରେ ସେମାନଙ୍କୁ କାର୍ଡ ଯୋଗାଇ ଦିଆଯିବ। କଟକ ଜିଲ୍ଲାରେ ଏକ ଲକ୍ଷ ଅଶି ହଜାର ପାଞ୍ଚ ଶହ ଛଅ ସ୍ତରୀ ଜଣ ଚାଷୀ ପି ଏମ୍ କିଷାନ କ୍ରେଡିଟ କାର୍ଡ ରେ ଅନ୍ତ ର୍ଭୁକ୍ତ ହୋଇଛନ୍ତି। କାର୍ଡ ମାଧ୍ୟମରେ ଚାଷ ବ୍ୟତିତ ଗୋ ପାଳନ ମାଛ ଚାଷ ନିମନ୍ତେ ସହ ଜରେ ତିନି ଲକ୍ଷ ପର୍ଯ୍ୟନ୍ତ  ଋଣ ପାଇପାରିବେ।ଏକ ବର୍ଷ ମଧ୍ୟରେ ଋଣ ପରିଶୋଧ କରିଲେ ବ୍ୟାଙ୍କ୍ ପକ୍ଷ ରୁ ସେମାନଙ୍କୁ ୩% ସୁଧ ଫେରସ୍ତ କରିଦିଆଯିବ ବୋଲି ଆଜି  କଟକ ସେଣ୍ଟାରାଲ୍ କୋ ଓପ୍ରେଟିଭେ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା ନିମନ୍ତେ ରହିଥିବା ନାବାର୍ଡ ଅଧିକାରୀ ସିଦ୍ଧାର୍ଥ ଶଙ୍କର ପଣ୍ଡା କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ନିର୍ମଳ କୁମାର ରାଉତ, ନିର୍ମଳ ଚନ୍ଦ୍ର ପଣ୍ଡା ଏବଂ ସିସି ବି ର ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

13 − ten =

Most Popular

To Top