ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
ଅବିଭକ୍ତ କଟକ

ନିଆଳୀ ଉନ୍ନତି ପାଇଁ ଏକାଠି ହେଲେ ସାମ୍ବାଦିକ Report:Ramesh Pradhan

ନୂଆଗାଁ ରାଧାକାନ୍ତ ହାଇସ୍କୁଲ ନିକଟ ପଡ଼ିଆରେ ନିଆଳି ପ୍ରେସ୍ କ୍ଲବର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ରଘୁନାଥ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ .ଅନୁଷ୍ଠିତ ବୈଠକରେ କ୍ଳବର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କ୍ଲବ୍ ର ମୂଖ୍ୟ ଉପଦେଷ୍ଠା ଅଜୟ ସାବୁତଙ୍କ ପ୍ରସ୍ତାବ କ୍ରମେ ସଭାପତି ଭାବେ ସିଂ ସରୋଜ କୁମାର ଦାସ.(ପ୍ରମେୟ) ସମ୍ପାଦକ ଭାବେ କାଳନ୍ଦି ଚରଣ ସ୍ଵାଇଁ, (ସର୍ବସାଧାରଣ)ଓ କୋଷଧ୍ୟକ୍ଷ ଭାବେ ମଧୁସ୍ମିତା ସାହୁ (ପ୍ରଗତିବାଦୀ) ଙ୍କୁ ସର୍ବସମ୍ମତି କ୍ରମେ ମନୋନିତ କରାଯାଇଥିଲା ।

ବୈଠକରେ ସାମ୍ବାଦିକ ଦେବବ୍ରତ ରାୟ (ଅର୍ଗସ ) ଅଶୋକ କୁମାର ଷଢ଼ଙ୍ଗି ( ଓଡ଼ିଶା ଏକ୍ସପ୍ରେସ୍ ) ସେଖ୍ ଫୟାଜ ଉଦ୍ଦିନ ( ପ୍ରମେୟ ), ପ୍ରଣତୀ ସିଂହ ( ନିର୍ଭୟ ), ଅକ୍ଷୟ ସେନାପତି (ସମାଜ ) ରଶ୍ମି ରଂଜନ ମଲ୍ଲିକ (ପ୍ରଜାତନ୍ତ୍ର).ଟୁନା ସାହୁ (ଓଡ଼ିଶା -ଟିଭି ), ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ନିମନ୍ତ୍ରୀତ ଅତିଥି ଭାବେ ସାମ୍ବାଦିକ ବିଷ୍ଣୁ ଚରଣ ନାୟକ (ସମୟ,କଣ୍ଟାପଡା), ରମେଶ ଚନ୍ଦ୍ର ପ୍ରଧାନ (ପ୍ରଜାତନ୍ତ୍ର,ଫୁଲନଖରା), ମହେଶ୍ଵର ପାତ୍ର (ନିତିଦିନ,କଣ୍ଟାପଡା),ଆର୍ତ୍ତ ତ୍ରାଣ ଦାସ (କନକ ଟିଭି,କଣ୍ଟାପଡା), ଧିରେନ୍ଦ୍ର ସାହୁ (ସର୍ବସାଧାରଣ,ଫୁଲନଖରା), କୈଳାଶ ଚନ୍ଦ୍ର ପାତ୍ର (ଓଡିଶା ଟିଭି) ପ୍ରମୁଖ ଯୋଗ ଦେଇ ସାମ୍ବାଦିକଙ୍କ ମଧ୍ୟରେ ଏକତା ଓ ସହନଶୀଳତା ଅତ୍ୟନ୍ତ ଆବଶ୍ୟକତା ବୋଲି କହିଥିଲେ । ଏଥିସହ ନିଜର ଆଚାର ବ୍ୟବହାର ଓ ସାଧାରଣ ଲୋକଙ୍କ ପାଖଖରେ ନିଜର ଲୋଡା ପଣ ସୃଷ୍ଟି କରିବାକୁ ଅତିଥି ମାନେ ଆଲୋଚନା କରିଥିଲେ । ଶେଷରେ ନିଆଳି ପ୍ରେସ୍ କ୍ଲବର କାମଦେବ ଭୋଇ (ସଂଚ଼ାର ) ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ । ଖୁବ୍ ଶିଘ୍ର ଅଞ୍ଚଳର ଅନ୍ୟ ସାମ୍ବାଦିକ ମାନଙ୍କୁ ଯୋଗାଯୋଗ କରାଯାଇ ଏପରି କାର୍ଯ୍ୟକ୍ରମରେ ସାମିଲ କରାଯିବା ପାଇଁ ନିଷ୍ପତି ହୋଇଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

Quis autem vel eum iure reprehenderit qui in ea voluptate velit esse quam nihil molestiae consequatur, vel illum qui dolorem?

Temporibus autem quibusdam et aut officiis debitis aut rerum necessitatibus saepe eveniet.

ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
To Top