ରାଜ୍ୟ

ନିରତାରରେ ନୂଆ ବ୍ୟବସ୍ଥା

କଟକ ଜିଲ୍ଲା ଓଲଟପୁର ସ୍ଥିତ ଏସ୍ ଭି ନିରତାର ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ସଫଳତାର ଫର୍ଦ୍ଦ। ଦିବ୍ୟଜନଙ୍କ ପାଇଁ ଆରମ୍ଭ କରିଛି ଏକ ନୂଆ ସୁଯୋଗ। ଏହାଦ୍ବାରା ୬ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ କ୍ଷେତ୍ରରେ ଦେଖା ଯାଉଥିବା ବିଭିନ୍ନ ଅସ୍ଥି ଓ ସ୍ନାୟୁଗତ ରୋଗର ପରୀକ୍ଷା କରାଯିବା ସହ ଏହାର ସଫଳ ଚିକିତ୍ସା ସମ୍ଭବ ହୋଇପାରିବ।

ଏପରି ଚିକିତ୍ସାକୁ ଡାକ୍ତରୀ ଭାଷାରେ ଇଣ୍ଟଲେକ୍ଚୁଆଲ୍ ଡିଜାବେଲଟିଜ୍ (intallectual disabilities) କୁହାଯାଏ। ଏହି ଚିକିତ୍ସା ଉପଲବ୍ଧ ହେଉଥିବା କେନ୍ଦ୍ରକୁ ଇଣ୍ଟରଭେସନ୍ କ୍ଲିନିକ୍ (early intervention clinic) କୁହାଯାଏ। ଏପରି ଏକ ନୂତନ ବ୍ୟବସ୍ଥାକୁ ନିରତାର ପରିସରରେ ବିଭାଗୀୟ ଯୁଗ୍ମ ସଚୀବ ତାରିକା ରାୟ ଦିବ୍ୟଜନଙ୍କ ପାଇଁ ଲୋକାର୍ପିତ କରିଛନ୍ତି।

ଏହି କାର୍ଯ୍ୟକ୍ରମ ସମୟରେ ନିରତାର ନିର୍ଦ୍ଦେଶକ ଡାକ୍ତର ଶକ୍ତି ପ୍ରସାଦ ଦାସ, ଦିଲ୍ଲୀ ସ୍ଥିତ କେନ୍ଦ୍ର ନିର୍ଦ୍ଦେଶକ କେ ଭି ଏସ୍ ରାଓ, ନିରତାର ପ୍ରଶାସନିକ ଉପ ନିର୍ଦ୍ଦେଶକ ରଶ୍ମି ରଞ୍ଜନ ସେଠୀ ଓ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟ ଅଟକଳରେ ଏପରି ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।

ଭିଡିଓ ଖବର
Click to comment

Leave a Reply

Your email address will not be published. Required fields are marked *

4 + 10 =

Most Popular

To Top