ରାଜ୍ୟ

ନିରତାରରେ ହେବ କହ୍ନେଇର ବିରଳ ଅସ୍ତ୍ରୋପଚାର,Report:Ramesh pradhan

ନିରତାରରେ ପହଞ୍ଚିଲା କହ୍ନେଇ । ଏଥିପାଇଁ ଓଲଟପୁର ସ୍ଥିତ ଏସ୍‌. ଭି. ନିରତାରରେ ଏକାଠି ହୋଇଥିଲେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି,ଗଣମାଧ୍ୟମ ପ୍ରତିନିଧି ତଥା ସ୍ୱେଚ୍ଛାସେବୀ । କଟକ ଜିଲ୍ଲା କଣ୍ଟାପଡା ବ୍ଲକ ନାହାଳପୁର ଗାଁର ନାବାଳକ କହ୍ନେଇ ପଧାନ ଦୁରାରୋଗ୍ୟ ନ୍ୟୁରୋ ଫାର୍ବୋମେଟାସିସ୍ ରୋଗରେ ପୀଡିତ ହୋଇ ଦିର୍ଘଦିନ ହେଲା ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି । କହ୍ନେଇର ଡାହାଣ ଗୋଡ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବାରୁ ଚଳପ୍ରଚଳ କରିବା କଷ୍ଟସାଧ୍ୟ ହୋଇପଡିଛି । ଅନ୍ୟପଟେ ବାପଛେଉଣ୍ଡ କହ୍ନେଇକୁ ଡାକ୍ତରୀ ଚିକିତ୍ସା କରି ଭଲ କରିବା ମା ମମତା ପାଇଁ ଟେତ୍ରରେ ଅସମ୍ଭବ ପାଲଟି ଯାଇଥିଲା । ଏପରି ବେଳୋରେ କହ୍ନେଇକୁ ସୁସ୍ଥ କରିବା ପାଇଁ ଆଗେଇ ଆସିଛନ୍ତି କଟକ ତେଲେଙ୍ଗାପେଣ୍ଠ ନଛିପୁର ଗ୍ରାମର ଗୋ ସେବକ ଚିନ୍ମୟ ପାତ୍ର । ଏକାଧିକ ଡାକ୍ତରଙ୍କ ପରାମର୍ଶ ପରେ କହ୍ନେଇ ଗୋଡରେ ଅସ୍ତ୍ରୋପଚାରର ଆବଶ୍ୟକତା ଥିବାରୁ ତାକୁ ଆଜି ଓଲଟପୁର ନିରତାରକୁ ନିଆଯାଇଥିଲା ।

ଏଥିପାଇଁ ପୁର୍ବରୁ ନିରତାର ନିର୍ଦ୍ଦେଶକ ଡାକ୍ତର ଶକ୍ତି ପ୍ରସାଦ ଦାସଙ୍କ ସହ ଆଲୋଚନା ମଧ୍ୟ ହୋଇଥିଲା । କହ୍ନେଇକୁ ନିରତାର ନେବା ପରେ ନିର୍ଦ୍ଦେଶକ ଡାକ୍ତର ଦାସଙ୍କ ସହ ଡାକ୍ତର କିଶୋର ଚନ୍ଦ୍ର ମହାପାତ୍ର ଓ ଡାକ୍ତର ଅଭିଶେକ ସାନ୍ୟାଲ ପ୍ରମୁଖ ଏକ ସ୍ୱତନ୍ତ୍ର ଡାକ୍ତର ଟିମ୍ କହ୍ନେଇର ପ୍ରାଥମିକ ପରୀକ୍ଷା କରିଥିଲେ । ପରେ କହ୍ନେଇକୁ ନିରତାରର ଡର୍‌ମିଟୋରୀ ୨୨୧ ନମ୍ବର ୱାର୍ଡର ୨୦ ନମ୍ବର ବେଡ୍‌ରେ ଆଡମିଶନ କରାଯାଇଛି ।

ଆସନ୍ତା କାଲି କେତେକ ପରୀକ୍ଷା ନିରୀକ୍ଷା କରାଯିବ ଓ ଖୁବ୍ ଶୀଘ୍ର ତାର ଗୋଡରେ ଅସ୍ତ୍ରୋପଚାର କରାଯିବ ବୋଲି ଜଣାପଡିଛି । ଅନ୍ୟପଟେ କହ୍ନେଇର ଏପରି ଅସ୍ତ୍ରୋପଚାର ନିରତାର ଇତିହାସରେ ପ୍ରଥମ ହେବ ବୋଲି ସୂଚନା ମିଳୁଥିବା ବେଳେ ଏଥିପାଇଁ ଏକ ୮ଜଣିଆ ଟିମ୍ ଗଠନ କରାଯାଇଥିବା ଜଣାପଡିଛି । କହ୍ନେଇର ଚିକିତ୍ସା ପାଇଁ ନିରତାର ସ୍ୱତନ୍ତ୍ର ପଦକ୍ଷେପ ନେଉଥିବା ବେଳେ ସମ୍ପୂର୍ଣ୍ଣ ମାଗଣାରେ ଏହି ଚିକିତ୍ସା କରାଯିବ ବୋଲି ନିର୍ଦ୍ଦେଶକ ଡାକ୍ତର ଦାସ କହିଛନ୍ତି । ଏଥିପାଇଁ ଆଜି ନିରତାର ପରିସରରେ ଗୋ ସେବକ ଚିନ୍ମୟ ପାତ୍ରଙ୍କ ସହ ଦିବ୍ୟାଲୋକ ସନ୍ଧାନେର ସମ୍ପାଦକ ଶ୍ରୀ ସନ୍ୟାସୀ,ବରିଷ୍ଠ ସାମ୍ବାଦିକ ରଘୁନାଥ ଆଚାର୍ଯ୍ୟ,ଫୁଲନଖରା ପ୍ରେସକ୍ଲବର ସଭାପତି ରମେଶ ଚନ୍ଦ୍ର ପ୍ରଧାନ,ସାମ୍ବାଦି ବିଷ୍ଣୁ ନାୟକ,ଆର୍ତ୍ତତ୍ରାଣ ଦାସ,ସୁରନାରାୟଣ ସାହୁ ଓ ମହେଶ୍ୱର ପାତ୍ରଙ୍କ ସହ ଇଂ ବିପ୍ଳବ ଦାସ ଓ ଅଞ୍ଚଳର ବହୁ ସ୍ୱେଚ୍ଛାସେବୀ ଓ ବୁଦ୍ଧିଜୀବି ଉପସ୍ଥିତରହି କହ୍ନେଇର ଆଶୁ ଆରୋଗ୍ୟ କାମନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

nine + four =

Most Popular

To Top