ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
ରାଜ୍ୟ

ନିରତାରର ଭିତିରି କଥା: ବରିଷ୍ଠ ଆଉଟ୍ ..କନୀଷ୍ଠ ଇନ୍‌,Report:Ramesh Pradhan

ଆମେ ଆଗରୁ କହିଛୁ, ନିରତାର ଯେଉଁଠି ସବୁକିଛି ସମ୍ଭବ । କେବଳ ଭିନ୍ନକ୍ଷମଙ୍କୁ ସକ୍ଷମ କରି ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ନିରତାର ଯେତିକି ଚର୍ଚ୍ଚିତ ସେହିପରି କିଛି ଅସମ୍ଭବ କାର୍ଯ୍ୟ ସମ୍ପାଦନ କରିବାରେ ଏଠିକାର କର୍ମଚାରୀ ସେତିକି ସିଦ୍ଧହସ୍ତ । ପୁର୍ବରୁ ଏପରି ଅନେକ ଘଟଣାକୁ ନେଇ ନିରତାର ଚର୍ଚ୍ଚାର ପରିଧିକୁ ଆସିଛି । ସେହିପରି ନିକଟରେ ରାଜ୍ୟ ସରକାରଙ୍କ ତରଫରୁ ଏଠାରେ ଏମିତି ଏକ କାର୍ଯ୍ୟ କରାଯାଇଛି ଯାହା ଆପଣ କେବେବି ବିଶ୍ୱାସ କରିପାରିବେ ନାହିଁ । ଯେଉଁ କାର୍ଯ୍ୟ ପାଇଁ ୪୦ବର୍ଷର ଇତିହାସକୁ ପରିବର୍ତ୍ତନ କରିଦିଆ ଯାଇଛି । ତାହାପୁଣି ସବୁ ନୀୟମକୁ ଉଲଂଘନ କରାଯାଇ । ଏପରି ଅଭିଯୋଗ ଆମେ ଆଣୁନୁ ବରଂ ଖୋଦ୍ ନିରତାର ନିର୍ଦ୍ଦେଶକ ରାଜ୍ୟ ସରକାରେଙ୍କ ଦ୍ୱାରା କରାଯାଇଥିବା ବେନୀୟମ କାର୍ଯ୍ୟର ପ୍ରତିବାଦ କରି ସ୍ୱର ଉଠାଇଛନ୍ତି । ଖୁଲମଖୋଲା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଉତ୍କଳ ବିଶ୍ୱ ବିଦ୍ୟାଳୟ କୂଳପତି ଏପରିକି ରାଜ୍ୟପାଳଙ୍କୁ ମଧ୍ୟ ଚିଠି ଲେଖିବାକୁ ପଛାଇ ନାହାନ୍ତି ।


କେନ୍ଦ୍ରସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତକରଣ ମନ୍ତ୍ରଣାଳୟ ଅଧିନରେ କଟକ ଜିଲ୍ଲା ଓଲଟପୁର ଠାରେ କାର୍ଯ୍ୟ କରୁଥିବା ଏସ.ଭିି.ନିରତାର ଏକ କ୍ଷାତି ସମ୍ପନ୍ନ ଜାତୀୟ ଅନୁଷ୍ଠାନ । ଅସ୍ଥିଶଲ୍ୟ ଓ ଦିବ୍ୟାଙ୍ଗଙ୍କୁ ସକ୍ଷମ କରି ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥିବା ଏହି ଅନୁଷ୍ଠାନର ବିଭିନ୍ନ ବିଭାଗରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ ଓ ଗବେଷଣା କରିଥାନ୍ତି । ନିରତାରର ସଫଳତାକୁ ହୃଦୟଙ୍ଗମ କରି ଦେଶର ବିଭିନ୍ନ ପ୍ରାନ୍ତରୁ ଛାତ୍ରଛାତ୍ରୀମାନେ ଏହି ଅନୁଷ୍ଠାନରେ ଅଧ୍ୟୟନ ପାଇଁ ପ୍ରଥମ ପସନ୍ଦ କରିଥାନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ଏହି ଅନୁଷ୍ଠାନର ଶିକ୍ଷା ବ୍ୟବସ୍ଥା ପ୍ରଚଳିତ ଥିବାରୁ ନୀୟମାନୁଯାୟୀ ଏହାର ବୋର୍ଡ ଅଫ ଷ୍ଟଡିଜ୍ ଉତ୍କଳ ବିଶ୍ୱବିଦ୍ୟାଳୟ ଗଠନ କରିଥାଏ । ଚଳିତ ଶିକ୍ଷା ବର୍ଷ ପାଇଁ ଏହି ବୋର୍ଡ ଗଠନରେ ବ୍ୟାପକ ଅନୀୟମିତତା ହୋଇଥିବା ଅଭିଯୋଗ ହୋଇଛି ।

ନିରତାର ନିର୍ଦ୍ଦଶକ ଡାକ୍ତର ଶକ୍ତି ପ୍ରସାଦ ଦାସ ଏପରି ଅନିୟମିତତା ଦର୍ଶାଇ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ,ଉତ୍କଳ ବିଶ୍ୱବିଦ୍ୟାଳୟ କୂଳପତି ଓ ଓଡିଶାର ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ କିପରି ଭାବେ ଏହି ବୋର୍ଡ ଗଠନ ପାଇଁ ନିର୍ଦ୍ଧାରୀତ ନୀତିନିୟମକୁ ଉଲଂଘନ କରାଯାଇଛି ସେ ସମ୍ପର୍କରେ ଉଲ୍ଲେଖ କରିଥିବା ଜଣାପଡିଛି ।ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥାକୁ ଏହି ବୋର୍ଡ ବର୍ଷକ ପାଇଁ ନିର୍ଦ୍ଧାରଣ କରୁଥିବା କାରଣରୁ ଅଭିଜ୍ଞ ବ୍ୟକ୍ତି ବିଶେଷଙ୍କୁ ଏଥିରେ ସଦସ୍ୟଭାବେ ଗ୍ରହଣ କରାଯାଇଥାଏ । ବିଶେଷ କରି ନିରତାର ଓ ଏସ.ସି.ବି ର ଡାକ୍ତରୀ ଶିକ୍ଷାଦାଦ କରୁଥିବା ବରିଷ୍ଠ ଡାକ୍ତର ମାନଙ୍କୁ ଏଥିରେ ସଦସ୍ୟ ଭାବେ ଗ୍ରହଣ କରାଯାଏ । ରିଡର କିମ୍ବା ତଦୁର୍ଦ୍ଧ ପଦବୀରେ ଥିବା ଅଧ୍ୟାପକ ମାନଙ୍କୁ ଏଥିରେ ସଦସ୍ୟ ଭାବେ ଗ୍ରହଣ କରିବାର ନୀୟମଥିବା ବେଳେ ଚଳିତ ଶିକ୍ଷାବର୍ଷ ପାଇଁ ଗଠିତ ବୋର୍ଡରେ ଏପରି ନୀୟମର ଉଲଂଘନ ହୋଇଥିବା ଅଭିଯୋଗ ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଦିର୍ଘ ୪୦ ବର୍ଷ ରୁ ଉର୍ଦ୍ଧ ଏହି ବୋର୍ଡର ନିରତାର ନିର୍ଦ୍ଦେଶକଙ୍କୁ ସଦସ୍ୟତାରେ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ଚଳିତ ବର୍ଷ ପ୍ରଥମ କରି ଏଥିରେ ବ୍ୟତିକ୍ରମ ପରିଲିକ୍ଷିତ ହୋଇଛି । ଗୋଟିଏ ପଟେ ରାଜ୍ୟରେ ପ୍ରଶାସନିକ ସଂସ୍କାର ଉଦ୍ଦେଶ୍ୟରେ ୫ଟି ଗଠନ କରାଯାଇଛି । ଏହି ବିଭାଗର ସଚୀବ ଅଚାନକ ବିଭିନ୍ନ ସ୍ଥାନ ଗସ୍ତ କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ରାଜ୍ୟର ଗର୍ବ ଗୌରବ ଏହି ଅନୁଷ୍ଠାନକୁ କିପରି ଭାବେ ନଷ୍ଟ କରିଦିଆଯିବାକୁ ବସିଛି ତାହା ଖୋଦ୍ ସଚୀବ ଅନୁଧ୍ୟାନ କରିବା ସହ ୂପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

Quis autem vel eum iure reprehenderit qui in ea voluptate velit esse quam nihil molestiae consequatur, vel illum qui dolorem?

Temporibus autem quibusdam et aut officiis debitis aut rerum necessitatibus saepe eveniet.

ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
To Top