ଗ୍ରାମୀଣ ଓଡିଶା

ପଞ୍ଚାୟତ କାର୍ଯ୍ୟାଳୟ ରେ ତାଲା ପକାଇଲେ ପ୍ରବାସୀ ଶ୍ରମିକ

କେନ୍ଦ୍ରାପଡା, ଶୋଭନ ଆଚାର୍ଯ୍ଯ : ଜବ କାର୍ଡ ରେ କାମ ନପାଇ ପଞ୍ଚାୟତ କାର୍ଯ୍ୟାଳୟ ରେ ତାଲା ପକାଇଲେ ପ୍ରବାସୀ ଶ୍ରମିକ l ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ନିକିରାଇ ଗ୍ରାମ ପଞ୍ଚାୟତ ରେ l ଲକ୍ ଡାଉନ୍ ପରେ ଏହି ପଞ୍ଚାୟତର ଶତାଧିକ ପ୍ରବାସୀ ଶ୍ରମିକ ଗାଁ କୁ ଫେରି ଆସିଥିଲେ l ଆଶା ଥିଲା ସରକାରଙ୍କ ଘୋଷଣା ମୁତାବକ ଜବ କାର୍ଡ୍ ରେ ହାତକୁ କାମ ମିଳିବ l କିନ୍ତୁ ତାହା ହେଲାନି l ପଞ୍ଚାୟତ ରେ ଖୁବ଼ କମ୍ ଦିନ କାମ ମିଳିବା ପରେ ଆଉ କାମ ଦିଆଯାଉନାହିଁ ବୋଲି ଶ୍ରମିକ ମାନେ ଅଭିଯୋଗ କରିବା ସହ ନିକିରାଇ ପଞ୍ଚାୟତ କାର୍ଯ୍ୟାଳୟ ରେ ତାଲା ପକାଇ ଦେଇଥିଲେ l କାମ ନମିଳିବାରୁ ଶ୍ରମିକ ଙ୍କ ପରିବାର ଉପବାସରେ କାଳ କାଟୁଥିବା ଅଭିଯୋଗ ହୋଇଛି l କେବଳ ସେତିକି ନୁହେଁ ସରପଞ୍ଚ କାମ ଦେବାରେ ପାତରଅନ୍ତର କରୁଥିବା ଇନ୍ଦ୍ରମଣି ମଲ୍ଲିକ, ଉମାକାନ୍ତ ମଲ୍ଲିକ, କଣ୍ଠସ୍ଵର ମଲ୍ଲିକ ପ୍ରମୁଖ ଅଭିଯୋଗ କରିଛନ୍ତି l ଅନ୍ୟପକ୍ଷରେ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ସ୍ଥାନୀୟ ସରପଞ୍ଚ ସନତ୍ କୁମାର ଜେନା l ଅବଶ୍ୟକତା ରୁ ଅଧିକ ଶ୍ରମିକ ହେବାରୁ ଗୋଟିଏ ପ୍ରକଲ୍ପ ରେ କାମ ଦିଆଯିବl ପରିବର୍ତେ ନୂତନ ପ୍ରକଳ୍ପ ରେ କାମ ଦିଆଯିବାକୁ କୁହାଯାଇଛି ବୋଲି ସରପଞ୍ଚ ଶ୍ରୀ ଜେନା କହିଛନ୍ତି l

Most Popular

To Top