ରାଜ୍ୟ

ପତ୍ନୀଙ୍କ ଜୀବନ ପାଇଁ: ୯୦ କିଲୋମିଟର ଟ୍ରଲି ଟାଣିଲେ ସ୍ବାମୀ ! Report,M.Bharat

ପୁରୀରୁ କଟକ ଆସିବାକୁ ପାଖରେ ଅଟୋ ଭଡା ନଥିଲାବେଳେ ସରକାରୀ ଆମ୍ବୁଲାନ୍ସ ମଧ୍ୟ ମିଳିଲାନି।ପତ୍ନୀଙ୍କ ଚିକିତ୍ସା ପାଇଁ ପୁରୀରୁ କଟକ ୯୦ କିମି ଟ୍ରଲି ରେ ବୋହି ସ୍ୱାମୀ କବିର ଅକ୍ଳାନ୍ତ ପରିଶ୍ରମ କରି ସ୍ତ୍ରୀ ସୁକାନ୍ତିକୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ରେ ପହଂଚାଇଛି।ଏହି ଭଳି କରୁଣ ସ୍ୱାସ୍ଥ୍ୟ ସେବାର ଦୟନୀୟ ଚିତ୍ର ଦେଖିବାକୁ ମିଳିଛି କଟକ ରାସ୍ତାରେ।କଟକରେ ତାଙ୍କ କଥା ସମାସଜସେବୀ ଅଭିମନ୍ୟୁ ଦାସ ଶୁଣିବାପରେ ତାଙ୍କୁ ଏସ୍ ସି ବି ରେ ଭର୍ତି କରା ଯାଇଛି।

କବିରଙ୍କ ଘର ସତ୍ୟବାଦୀ ବ୍ଳକଅନ୍ତର୍ଗତ ଦାସବିଦ୍ୟାଧରପୁର ଗ୍ରାମରେ।ତାଙ୍କ ସୂଚନା ଅନୁଯାୟୀ ତାଙ୍କ ସ୍ତ୍ରୀ ସୁକାନ୍ତି ଦୀର୍ଘ ଦିନ ହେବ ରୋଗରେ ପଡ଼ିଥିଲେ।ଦେହ ହାତ ଥରୁଥିଲା,ପେଟ ଫୁଲିଯାଇଥିଲା।ତେଣୁ ତାଙ୍କୁ ସେ ସାକ୍ଷୀ ଗୋପାଳ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ 5ଦିନ ଧରି ଚିକିତ୍ସା ହେଲାପରେ ତାଙ୍କୁ ଦୁଇଟି ୟୁନିଟ ରକ୍ତ ଦିଆଯାଇଥିବାବେଳେ କୌଣସି ସୁଧାର ନ ଆସିବାରୁ କଟକ ବଡ଼ ମେଡିକାଲକୁ ନେଇ ଯିବାକୁ ପରାମର୍ଶ ଦିଆ ଯାଇଥିଲା।ବହୁ ଚେଷ୍ଟା ସତ୍ୱେ ସରକାରୀ ଆମ୍ବୁଲାନ୍ସ ମିଳିନଥିଲା।କବିର ଏକ ଅଟୋରିକ୍ସା ଚାଳକ ସହ ଯୋଗା ଯୋଗ କରିଥିଲା।ପୁରୀ ରୁ କଟକ ଯିବା ପାଇଁ ଚାଳକ ୧୨୦୦ ଟଙ୍କା ଭଡା ଦାବି କରିଥିଲା।

ଟ୍ରଲି ଚଳାଇ ପେଟ ପୋଷୁ ଥିବା କବିରଙ୍କ ପାଇଁ ଏତେ ଟଙ୍କା ଦେଇ ସ୍ତ୍ରୀକୁ କଟକ ନେବା ସମ୍ଭବପର ହୋଇନଥିଲା। ଦିନକୁ ୫୦ ଟଙ୍କା ଟ୍ରଲି ଭଡାରେ ଆଣି ସେଥିରେ ସ୍ତ୍ରୀକୁ ବସାଇ ପୁରୀରୁ କଟକ ପର୍ଯ୍ୟନ୍ତ ନେଇଥିଲେ।ଗତକାଲି ରାତିରେ ସ୍ଥାନୀୟ ଅଞ୍ଚଳର କିଛି ସ୍ବେଛାସେବୀ ସେମାନଙ୍କୁ ରାସ୍ତିରେ କ୍ଲବ ଘରେ ଆଶ୍ରୟଦେବା ସହ ଖାଦ୍ୟ ବ୍ୟବସ୍ଥା କରିଥିଲେ।ସ୍ବେଛାସେବୀ ଅଭିମନ୍ୟୁ ଦାସ ଏବଂ ତାଙ୍କ ସାଙ୍ଗ ବସନ୍ତ ଦାସ ଅନ୍ୟ ସଦସ୍ୟମାନେ ସୁକାନ୍ତି କୁ ନେଇଏକ ଅଟୋରେ ବଡ଼ ମେଡିକାଲ କାଜୁଆଲଟି ରେ ଭର୍ତ୍ତି କରିବା ପରେ ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଆସିବା ପରେ ତାଙ୍କର ଚିକିତ୍ସା ଆରମ୍ଭ କରାଯିବ ବୋଲି ଏସ୍ ସିି ବି ଜରୁରୀ କାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।

Most Popular

To Top