ରାଜ୍ୟ

ପରଲୋକରେ ବିପ୍ଳବୀ କବି

ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ବିପ୍ଲବୀ କବି ସାମ୍ୟବାଦୀ ରବି ସିଂହ ଙ୍କର ଆଜି ସକାଳେ କଟକ ବସଭାବନ ଠାରେ ପରୋଲକ ହୋଇଯାଇଛି। ମୃତ୍ୟୁ ଖବର ପାଇ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ, ଭାଷା ସାହିତ୍ୟ ସଂକୃତି ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦେଶକ ଶ୍ରୀ ବିଜୟି କୁମାର ନାୟକ,ଓଡିଶା ସାହିତ୍ୟ ଏକାଡେ଼ମୀ ସଚିବ ସୁଚିସ୍ମିତା ମନ୍ତ୍ରୀ, ଜାନାର୍ଦନ ପତି ତାଙ୍କ ବାସଭବନରେ ପହଞ୍ଚି ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ରାଜ୍ୟ ସରକାର ଙ୍କ ତରଫରୁ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସତିଚୌରାହ ସ୍ମଶାନ ଠାରେ ପହଞ୍ଚି ପାର୍ଥିବ ଶରୀର ରେ ଶ୍ରଦ୍ଧାସୁମାନ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ରାଷ୍ଟ୍ରୀୟ ସମ୍ମାନ ସହିତ ଜିଲ୍ଲା ପ୍ରଶାସନ ସହଯୋଗ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଜିଲ୍ଳା ପ୍ରଶାସନ ତରଫରୁ ଶ୍ରୀ ବିଜୟ କୁମାର ଖଣ୍ଡାୟତରାୟ ପାର୍ଥିବ ଶରୀର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ଷସୁବାଷ ସିଂ ମଧ୍ୟ ଉପସ୍ଥିତ ଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅଶୋକ କୁମାର ଷଡ଼ଙ୍ଗୀ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ, ଉତ୍କଳ ସାହିତ୍ୟ ସମାଜ ର କର୍ମକର୍ତ୍ତା ଏବଂ ସହରର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶେଷକୃତ୍ୟ ସମୟରେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

1 − one =

Most Popular

To Top