ଅବିଭକ୍ତ କଟକ

ପାଶବିକତାର ଅନ୍ତ ପାଇଁ ସାହିତ୍ୟ ହିଁ’ ବାଟ କଢାଏ(ସୃଜନର ଭୂମି ମାହାଙ୍ଗାକୁ ବାଦ ଦେଲେ ଓଡ଼ିଆ ସାରସ୍ୱତ ଅସ୍ମିତାର ଇତିହାସ ଅଧୁରା )

ସାରସ୍ୱତ ଭୂମି ମାହାଙ୍ଗାର ପ୍ରତିଭା ଭବନରେ ଭୁବନାନନ୍ଦ ସାହୁଙ୍କ ସୃଜନ ଯାତ୍ରା ଓ ସାହିତ୍ୟ ଜୀବନ ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି ।ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡକ୍ଟର ବୈଷ୍ଣବ ଚରଣ ସାମଲ ଏହି ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ
କରିଥିଲେ l ପ୍ରଖ୍ୟାତ କବି ଡକ୍ଟର ଅପର୍ଣ୍ଣା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ – ମଣିଷ ଭିତରେ ଭାବପ୍ରବଣତା ଓ ସାହିତ୍ୟ ପ୍ରତି ଆବେଗ ଭରିଗଲେ ପାଶବିକତାର ଅନ୍ତ ଘଟିଥାଏ l ସମ୍ମାନିତ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟାନନ୍ଦ ସିଂହ ଯୋଗଦେଇ ଓଡ଼ିଆ ସାହିତ୍ୟର ଇତିହାସ ମାହାଙ୍ଗା ମାଟିର ଯୋଗଜନ୍ମା ତଥା କୃତବିଦ୍ୟ ସାଧକ ମାନଙ୍କ ଅନନ୍ୟ ଅବଦାନର ଅସ୍ମିତା ଉପରେ ପର୍ଯ୍ୟବେସିତ ବୋଲି ମତବ୍ୟକ୍ତ କରିଥିଲେ l ଡକ୍ଟର ଭୁବନାନନ୍ଦ ସାହୁଙ୍କ ପୌରହିତ୍ୱରେ ଅନୁଷ୍ଠିତ ଏହି ସୃଜନ ପର୍ବରେ “ପ୍ରବନ୍ଧ ପରିଚର୍ଚ୍ଚା” ଏବଂ “ଭୁବନାନନ୍ଦ ସୃଜନ ବିଚିତ୍ରା”କୁ ଆଦରଣୀୟ ଅତିଥି ମାନେ ଉନ୍ମୋଚନ କରିଥିଲେ l ସମ୍ମାନିତ ବକ୍ତା ଭାବେ ଗାଳ୍ପିକ ଦିଲୀପ ବେଉରା ଏବଂ ସାହିତ୍ୟିକ ଜ୍ଞାନୀ ଦେବାଶିଷ ମିଶ୍ର ଯୋଗଦେଇ ଭୁବନାନନ୍ଦଙ୍କ କୀର୍ତ୍ତି ଓ କୃତୀର ମୂଲ୍ୟାୟନ କରିଥିଲେ l ଗୀତିକାର ବିଶ୍ୱେଶ୍ୱର ମହାନ୍ତି ସ୍ୱାଗତ ଭାଷଣ ଏବଂ ନାଟ୍ୟକାର ଭାବଗ୍ରାହୀ ଦାଶ ଆଦ୍ୟ କଥନ ରଖିଥିଲେ l ଭୂପେନ ଚାଟାର୍ଜୀ, ସୁକାନ୍ତ ନନ୍ଦ , ଜିତେନ୍ଦ୍ର ସାହୁ ଉତ୍ସବ ପରିଚାଳନା କରିଥିଲେ l

Most Popular

To Top