ରାଜ୍ୟ

ପୁଣି ଖଟିଆ ଉଠିଲା ବଡବୃତ୍ତିରେ

ପୁଣି କଟକ ଜିଲ୍ଲା କଣ୍ଟାପଡା ବ୍ଲକ ବଡବୃତ୍ତି ଗ୍ରାମରେ ଦେଖିବାକୁ ମିଳିଛି ସେହି ସମାନ ଦୃଶ୍ୟ । ପୁଣି ଖଟିଆରେ ବୁହା ହେଲେ ରୋଗୀ । ଏଥର ପାଳି ପଡିଛି ଜଣେ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରୀର । ଦିର୍ଘ ଦଶ ଦିନ ହେଲା ରୋଗାକ୍ରାନ୍ତ ହୋଇଥିବା ଏହି ଝିଅଟି ଘରୋଇ ଉପଚାରରେ ଭଲ ନହେବା କାରଣରୁ ଘର ଲୋକେ ଡାକ୍ତରଖାନାକୁ ନେବାକୁ ବାଧ୍ୟ ହେଇଥିଲେ । ହେଲେ ଦୁଇ କିଲୋମିଟ ପାଣି କାଦୁଅ ରାସ୍ତାରେ ଝିଅଟିକୁ ନେବା ସମ୍ଭବ ନହେବାରୁ ପୁଣି ଖଟିଆ ହିଁ ସାହାରା ହୋଇଛି । ଖଟିଆରେ ପକାଇ ଲୋକମାନେ ପାଣି କାଦୁଅ ଚକଟି ୧୦୮ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ପଡିଛି ।
ଗୋଟିଏ ପଟେ ବଡବୃତ୍ତି ଗ୍ରାମରେ ଏପରି ଘଟଣା ବାରମ୍ବାର ଘଟୁଥିବା ବେଳେ ସ୍ଥାନୀୟ ବ୍ଲକ ପ୍ରଶାସନ ନୀରୁପାୟ ହୋଇପଡିଛି । ଗ୍ରାମକୁ ଯେଉଁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ସେଥିରେ ବ୍ୟକ୍ତିଗତ ମାଲିକାନାରେ ଜମି ଥିବାରୁ ରାସ୍ତା ସମ୍ପୂର୍ଣ୍ଣ ହୋଇ ପାରୁ ନାହିଁ ।
ଅନ୍ୟପଟେ ଲୋକଙ୍କ ଏପରି ଅବସ୍ଥା ଅସହ୍ୟ ହେଲାଣି । ଏପରି ଅବସ୍ଥାରେ ପ୍ରଶାସନ କି ପଦକ୍ଷେପ ନେବ ତାକୁ ନେଇ ଦ୍ୱନ୍ଦେରେ ପଡିଛି ।
ତେବେ ବିଜେପିର କଣ୍ଟାପଡା ମଣ୍ଡଳ ସମ୍ପାଦକଙ୍କ ନେତୃତ୍ୱରେ ଗ୍ରାମର କିଇ ଯୁବକ ଏ ବାବଦରେ ବିଡିଙ୍କ ସହିତ ଆଲୋଚନା କରିଛନ୍ତି । ଆଜି ଅପରାହ୍ନରେ ଏ ବାବଦରେ ଏକ ବୈଠକ ଡକା ଯାଇଥିବା କୁହା ଯାଉଛି ।


Click to comment

Leave a Reply

Your email address will not be published. Required fields are marked *

7 − 5 =

Most Popular

To Top