ବୌଦ୍ଧ ଜିଲ୍ଳା ହରଭଙ୍ଗା ଥାନା ଅନ୍ତର୍ଗତ ଖରସଂକୁଳେଇ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ।ଥାନାରେ ମାମଲା ରୁଜୁ ପରେ ଏବେ ପୋଲିସର ତଦନ୍ତ ଆରମ୍ଭ ହୋଇଛି। ଅଭିଯୁକ୍ତ ଶିକ୍ଷକ ଜଣକ ହେଲେ ଧନଞ୍ଜୟ ପାତ୍ର । ସେ ଫେରାର ଥିବା ପୋଲିସ ସୁତ୍ରରୁ କହୁଛି।
ପୁୁଣି ଗୁରୁ ଶିଷ୍ୟୟା ସଂପର୍କରେ କଳଙ୍କ ଲାଗିଲା।ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଖରସଂକୁଳେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ଅନୁସାରେ ଗତକାଲି ଛାତ୍ରୀ ଜଣକ ଗଣେଶ ପୂଜା ପାଇଁ ସ୍କୁଲକୁ ଯାଇଥିବା ବେଳେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଧନଞ୍ଜୟ ପାତ୍ର ଛାତ୍ରୀ ଜଣକୁ ଅସଦାଚରଣ କରିଥିଲେ। ଏହି ଘଟଣା ସମ୍ପର୍କରେ କାହାରିକୁ ନକହିବା ପାଇଁ ଶିକ୍ଷକ ଜଣକ ଛାତ୍ରୀଙ୍କୁ ଡ୍ରେସ ଦେବାର ଲାଳସା ଦେଖାଇଥିଲେ। ଏପରିକି ଘଟଣା ପ୍ରଘଟ କଲେ ସ୍କୁଲରୁ ବାହାର କରିଦେବାର ମଧ୍ୟ ଧମକ ଦେଇଥିଲେ।ତେବେ ଘରକୁ ଫେରି ଛାତ୍ରୀ ଜଣକ ଅସଦାଚରଣ ବାବଦରେ ପ୍ରଥମେ ମା କୁ ଜଣାଇବା ପରେ ସମସ୍ତ କଥା ଜଣାପଡିଥିଲା।ଏନେଇ ପିଡିତା ଙ୍କ ବାପା ହରଭଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ କୁ ଭିତ୍ତି କରି ପୋଲିସ ଅନୁସନ୍ଧାନ ଆରମ୍ଭ କରିଥିବା ବେଳେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଧନଞ୍ଜୟ ପାତ୍ର ଫେରାର ଥିବା ସୂଚନା ମିଳିଛି।
