ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
ରାଜ୍ୟ

ପୁରୀରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା: ନରେନ୍ଦ୍ର କୋଣ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍

ପୁରୀରେ କରୋନାର ଗୋଷ୍ଠୀ ସଂକ୍ରମଣ ଆଶଙ୍କା ତୀବ୍ର ହୋଇଛି । ନରେନ୍ଦ୍ର କୋଣ ଅଞ୍ଚଳର ଜଣେ ଗିରଫ ଅଭିଯୁ୍କ୍ତ କରୋନା ସଂକ୍ରମିତ ବୋଲି ଜଣାପଡ଼ିବା ପରେ ଏବେ କୁମ୍ଭାରପଡ଼ା ଥାନାର କର୍ମଚାରୀମାନେ କ୍ୱାରେଣ୍ଟାଇନରେ ଯାଇଛନ୍ତି । ଏହି ଦୁଇ ଅଭିଯୁକ୍ତ ଏସଡିଜେଏମ କୋର୍ଟ, ପୁଲିସ କୋର୍ଟ ଓ ଜେଲ ଯାଇଥିବାରୁ ସେଠାରେ କରୋନ ବ୍ୟାପିବାର ଆଶଙ୍କା ବଢ଼ିଛି । ଏବେ ଏସବୁ କର୍ମଚାରୀ କ୍ୱାରେଣ୍ଟାଇନରେ ଯିବେ ବୋଲି ସୂଚନା ମିଳିଛି ।କୁମ୍ଭାରପଡ଼ା ଥାନା ପୁଲିସ ଶୁକ୍ରବାର ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରୁ ଜଣକର କରୋନା ଲକ୍ଷଣ ଥିବାରୁ ଟେଷ୍ଟ ପାଇଁ ସ୍ୱାବ ଯାଇଥିଲା । ଗିରଫ ଅଭିଯୁକ୍ତଙ୍କୁ ଥାନା ଭିତରେ ଥାନାଧିକାରୀଙ୍କ ସମେତ ବହୁ କର୍ମଚାରୀ ଇଣ୍ଟରୋଗେଟ କରିଥିଲେ । କର୍ମଚାରୀ ତାଙ୍କୁ ଶନିବାର ଏସଡିଜେଏମଙ୍କ କୋର୍ଟକୁ ନେଇଥିଲେ ।

ସେଠାରୁ ପୁଲିସ କୋର୍ଟକୁ ବି ସେମାନେ ଯାଇଥିଲେ । ସେହି ସମୟ ଠାରୁ ଓ ପରେ ଏସଡିଜେଏମଙ୍କ କୋର୍ଟ ଓ ପୁଲିସ କୋର୍ଟକୁ ବ୍ରହ୍ମଗିରି, ସଦର ସମେତ ବିଭିନ୍ନ ଥାନାର କର୍ମଚାରୀମାନେ ବି ଯାଇଥିଲେ ।

ଏହାପରେ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଭ୍ୟାନରେ ପୁରୀ ଜେଲକୁ ନିଆଯାଇଥିଲା । ଆଜି ସକାଳେ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କରୋନା ସଂକ୍ରମିତ ଜଣାପଡ଼ିବା ପରେ କୁମ୍ଭାରପଡ଼ା ଥାନା ପୁଲିସ କର୍ମଚାରୀ କ୍ୱାରେଣ୍ଟାଇନରେ ଯାଇଛନ୍ତି ।

ଏପରିକି ଶନିବାର ଏକ ଅପହରଣ ମାମଲାର ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ଆଣିଥିଲା । ସେ ଥାନାରେ ଥିଲେ, ତାଙ୍କ ସହ ଉଦ୍ଧାର ନାବାଳିକା ବି ଥିଲେ । ପୁଲିସ କ୍ୱାରେଣ୍ଟାଇନରେ ଯିବା ପୂର୍ବରୁ ନାବାଳିକାଙ୍କୁ ତାଙ୍କ ଘରକୁ ଛାଡ଼ି ଦେଇଥିଲା । ନାବାଳିକା ଜଣକ ବଡ଼ଶଙ୍ଖ ଅଞ୍ଚଳର ବୋଲି ଜଣାପଡ଼ିଛି ।ଏବେ କୁମ୍ଭାରପଡ଼ା ଥାନା ବ୍ୟତୀତ କୋର୍ଟ, ପୁଲିସ କୋର୍ଟ, ସେମାନଙ୍କ ଓକିଲ ଓ ସେମାନେ ବୁଲିଥିବା ସ୍ଥାନ ବିଭିନ୍ନ ଥାନା ଓ ଜେଲ ଓ ନାବାଳିକାଙ୍କ ଘର ଥିବା ଅଞ୍ଚଳରେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ବଢ଼ିଛି ।

କୁମ୍ଭାରପଡ଼ା ଥାନା ପୁଲିସ କର୍ମଚାରୀ କ୍ୱାରେଣ୍ଟାଇନରେ ଯାଇଥିବା ବେଳେ ଖୁବଶୀଘ୍ର କୋର୍ଟ ଓ ପୁଲିସ କୋର୍ଟ କର୍ମଚାରୀ ଏବଂ ଅନ୍ୟମାନେ ବି କ୍ୱାରେଣ୍ଟାଇନରେ ଯିବେ ବୋଲି ଜଣାପଡ଼ିଛି ।ଏପରି ଘଟଣା କରୋନା ସଂକ୍ରମଣକୁ ବଢ଼ାଇ ପାରେ । ତେଣୁ ତୁରନ୍ତ କଣ୍ଟାକ୍ଟ ଟ୍ରେସିଂ କରାଯିବା ଓ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

Quis autem vel eum iure reprehenderit qui in ea voluptate velit esse quam nihil molestiae consequatur, vel illum qui dolorem?

Temporibus autem quibusdam et aut officiis debitis aut rerum necessitatibus saepe eveniet.

ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
To Top