ରାଜଧାନୀ

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା:୧ମୃତ

ଭୂବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣେ ମୃତ । ବୁଧବାର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ହୋଇଥିବା ଭୟାବହ ବିସ୍ପୋରଣରେ ଆହତ ହୋଇ ଏସସିବିରେ ଭର୍ତ୍ତି ହୋଇଥିବା ୨ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଆଜି(ଗୁରୁବାର) ଜଣଙ୍କର ମୃତ୍ୟୁ ଘଟିଛି ।ମୃତକ ଜଣକ ଗଞ୍ଜାମର ସତ୍ୟ ନାୟକ । ତେବେ ବୁଧବାର ହୋଇଥିବା ଭୟାବହ ବିସ୍ଫୋରଣରେ ସେ ଗୁରୁତର ଆହତ ହୋଇଥିଲେ ।

ଯେଉଁଥିରେ ତାଙ୍କ ଶରୀରର ପ୍ରାୟ ୬୦ ପ୍ରତିଶତ ଜଳିଯାଇଥିଲା । ଏହାପରେ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲେ ।ବୁଧବାର ରାତି ୯ଟାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ମାତ୍ର ଆଜି ତାଙ୍କର ମୃତ୍ୟୁ ଘଟିଛି ।

Most Popular

To Top