ବିଶେଷ

ବଞ୍ଚି ଥିଲେତ…ପାଇବା!!!

ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମନ୍ କୋରନା ପାଇଁ ଘୋଷଣା କରିଥିବା ସ୍ୱତନ୍ତ୍ର ପ୍ୟକେଜ୍‌କୁ ନେଇ ବିଭିନ୍ନ ମତ ପ୍ରକାଶ ପାଇବାରେ ଲାଗିଛି । ମନ୍ତ୍ରୀଙ୍କ ଘେ।।ଷଣା ଅନୁସାରେ ଆଉ କିଛିବି ବାକି ରହିନି । ସବୁକିଛି ମାଗଣାରେ ଯୋଗାଇ ଦେବେ ସରକାର । ମୋଟାମୋଟି ମନ୍ତ୍ରୀଙ୍କ ଏହି ଘୋଷଣାରେ କେହିବି ବାଦ୍ ପଡି ନାହାନ୍ତି । ଲଗ୍ ଡାଉନ୍ ସମୟରେ ପୁରା ସରକାର ତାଙ୍କ ଭଣ୍ଡାର ଖୋଲି ଦେଇଛନ୍ତି ।
ହେଲେ ଏଠି ପ୍ରଶ୍ନ ଉଠୁଛି ଏସବୁ ପାଇବେ କେଉଁମାନେ? ନେବା ପାଇଁ କେହି ଥିଲେତ?? ବୋଧହୁଏ ମୋର ଏପରି କଥାକୁ କେହିକେହି ଖରାପ ଭାବି ପାରନ୍ତି । କିନ୍ତୁ ଏଠାରେ ପରିସ୍କାର କରିଦେବା ଉଚ୍ଚିତ ହେବ,ସାରା ବିଶ୍ୱରେ ମହାମାରୀ କରୋନା ଯେପରି ଭାବେ ତାର କାୟା ବିସ୍ତାର କରି ଚାଲିଛି ତାହା ଚିନ୍ତାର ବିଷୟ । ସମସ୍ତେ ଜାଣନ୍ତି କରୋନାର ପ୍ରତିଷେଧକ େଔଷଧ ଏପର୍ଯ୍ୟନ୍ତ ବାହାରି ପାରିନାହିଁ । ସାମାଜିକ ଦୁରତ୍ୱ ହିଁ ଏପରି ଏକ ମାହାମାରୀ କବଳରୁ ବଞ୍ଚିବା ପାଇଁ ଏକମାତ୍ର ଅମୋଘ େଔଷଧ । ଯେଉଁଥି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ ଡାଉନ୍ ବା ତାଲା ବନ୍ଦ ପରି ନୀୟମର ପ୍ରୟୋଗ କରିବାକୁ ବାଧ୍ୟ ହେଲେ । ଅନ୍ୟପଟେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଯାହାବି ଘୋଷଣା କଳେ ତାହା ଆମ ସମସ୍ତଙ୍କ ପାଇଁ ହେଲେ ସରକାର ଲକ୍ ଡାଉନ୍ ପରି ବ୍ୟବସ୍ଥା ମାଧ୍ୟମରେ ଆମେ ବଞ୍ଚିବା ପାଇଁ ଯେଉଁ ଚିନ୍ତା କରିଛନ୍ତି ତାହା ଆମେ ମାନିବାକୁ ପ୍ରସ୍ତୁତ ନୋହୁଁ । ଯଦି ଆମେ ପ୍ରସ୍ତୁତ ତେବେ କାହିଁକି ଆମକୁ ରାସ୍ତାରେ ପୋଲିସ ମାଡ ଖାଇବାକୁ ପଡୁଛି କିମ୍ବା ବସ୍ ଉଠ୍ ହେବା ପରି ନିର୍ଲଜ କାର୍ଯ୍ୟ କରିବାକୁ ପଡୁଛି ତାହା ବୁଝି ହେଉନାହିଁ । ଯଦି ଆମେ ମରିବାକୁ ବାହାରକୁ ଯାଇ କରୋନାକୁ ନିମନ୍ତ୍ରଣ କରିବାକୁ ଉଚ୍ଚିତ ମନେ କରୁଛୁ ତେବେ କେନ୍ଦ୍ର ମନ୍ତ୍ରୀଙ୍କ ଏପରି ବ୍ୟବସ୍ଥାର କାହା ପାଇଁ ତାହା ଆଜି ଚିନ୍ତା କରିବାକୁ ବାଧ୍ୟ କରୁଛି ।
ଏଣୁ ଆମକୁ ଆହୁରି ସଚେତନ ହେବାକୁ ପଡିବ,ସଚେତନ କରିବାକୁ ବି ପଡିବ । ଦୟା କରି ସରକାର ଯେଉଁ ନୀୟମ ପ୍ରଣୟନ କରିଛନ୍ତି ତାହା ସମସ୍ତଙ୍କ ମଙ୍ଗଳ ପାଇଁ ଆମେ ତାହା ମାନିବା । ସରକାର ଆମ ବିଷୟ ଚିନ୍ତା କରୁଛନ୍ତି,ଆମେ ଆମ ନିଜ ବିଷୟ ଚିନ୍ତା କରିବା । ମହାମାରୀ କରୋନା ପାଇଁ ଆମେ ସମସ୍ତେ ଜଣେ ଜଣେ ମହାମାରୀ ପାଲଟିଯିବା । ଆଜି ଏହି ଶପଥ ନେବା ଓ ଆସନ୍ତା କାଲି ଘରୁ ବାହାରକୁ ନବାହାରି ତାହା ପ୍ରମାଣ କରିଦେବା ।

Click to comment

Leave a Reply

Your email address will not be published. Required fields are marked *

2 × five =

Most Popular

To Top