ଅବିଭକ୍ତ କଟକ

ବଟି ମାଗି ମୁନ୍ନାଲାଡେନ୍ ଗୀରଫ

ପୋଲିସ୍ ସୂଚନା ମୁତାବକ ଗତକାଲି ରେଭେନ୍ସା କଲିଜେଟ୍ ସ୍କୁଲ୍ ନିକଟରେ ମୁନା ଲାଡେନ୍ ଓ ୪ ରୁ ୫ ଜଣ ସହଯୋଗୀ ଜଣେ ବ୍ୟକ୍ତିଙ୍କୁ ରାସ୍ତାରେ ଅଟକାଇ ବଟି ମାଗୁଥିଲେ। ବିଶେଷ ସୁତ୍ରରୁ ଖବର ପାଇ ସ୍ପେଶାଲ ସ୍କ୍ୱ।ର୍ଡ୍ ଓ ଦରଘାବଜାର ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିବା ଦେଖି ମୁନା ଲାଡେନ୍ ଚମ୍ପଟ ମାରୁଥିଲା। ହେଲେ ପୋଲିସ୍ କୌଶଳକ୍ରମେ କାବୁ କରି ନେଇଥିବା ବେଳେ ଅନ୍ୟ ସହଯୋଗୀ ଫେରାର ହୋଇଯାଇଥିଲେ। ଗିରଫ ମୁନା ଲାଡେନ୍ ଠାରୁ ଏକ ୯ ଏମ୍ ଏମ୍ ପିସ୍ତଲ, ଗୋଟିଏ ମାଗାଜିନ୍ ଓ ୫ ରାଉଣ୍ଡ ଗୁଳିକୁ ଜବତ କରିଛି ପୋଲିସ୍। ପୁର୍ବରୁ ମୁନା ଲାଡେନ୍ ଟିଟୋ ଗ୍ୟାଙ୍ଗ୍ ରେ କାମ କରୁଥିଲାବେଳେ ଏବେ ବି ଅପରାଧ ଦୁନିଆରେ ସକ୍ରିୟ ଥିବା କହିଛି ପୋଲିସ୍। ବିଶେଷ କରି ସହରରେ କିଛି ଜମି କମ୍ ଟଙ୍କାରେ କିଣି ଉଚ୍ଚାଦାମ୍ ରେ ଓ ବେଆଇନ୍ ଭାବେ ବିକ୍ରି କରୁଥିଲା। ଆଉ ଯିଏ ବି ଜମି କ୍ରୟ କରିବାକୁ ଚାହେଁ ସେମାନଙ୍କ ଠାରୁ ମୋଟାଅଙ୍କର ଟଙ୍କା ଦାବି କରୁଥିଲା। ଯଦି ସମ୍ପୃକ୍ତ ବ୍ୟକ୍ତି ତା କଥାରେ ରାଜି ହେଉ ନ ଥିଲେ ବନ୍ଧୁକ ଦେଖାଇ ଭୟଭୀତ କରି ଆସୁଥିଲା। ଏଥିପାଇଁ ସେ ବହୁବାର ଜେଲ୍ ରେ ରହି ଜାମିନ୍ ରେ ଆସି ପୁଣି ଥରେ କ୍ରାଇମ୍ କରୁଥିବାର ସୂଚନା ଦେଇଛନ୍ତି କଟକ ଡିସିପି। ତେବେ ଫେରାର ଥିବା ଅନ୍ୟ ସହଯୋଗୀ ଙ୍କୁ ଧରିବା ଲାଗି ପୋଲିସ୍ ବିଭିନ୍ନ ସ୍ଥାନରେ ରେଡ୍ କରୁଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡିସିପି

Most Popular

To Top