ରାଜ୍ୟ

ବଡବୃତ୍ତିର ବଡ ଗୁମର କଥା


ରଘୁ ଆଚାର୍ଯ୍ୟଙ୍କ ରିପୋର୍ଟ
ବଡବୃତ୍ତି ଗ୍ରାମକୁ ନେଇ ଆଲୋଚନା ଥମିବାର ନାଁ ଧରୁନାହିଁ । କଣ ପାଇଁ ସମସ୍ୟାର ସମାଧାନ ନିମନ୍ତେ ପ୍ରଶାସନ ମୁହଁଛପା ଦଉଛି?
କଣ ପାଇଁ ଲୋକଙ୍କ ପ୍ରତିବାଦ ଶାଣୀତ ହେଉ ନାହିଁ?? କଣ ପାଇଁ ରାଜନେତା ମାନେ ଏପରି ଏକ ସମସ୍ୟାର ସମାଧାନ ପାଇଁ ମୁଣ୍ଡ ଖେଳାଉ ନାହାନ୍ତି???
ଏ ସବୁ ପ୍ରଶ୍ନର ଗୋଟିଏ ଉତ୍ତର ….. ଏ ବାବଦରେ କାହାକୁ କିଛି ଅଛପା ନାହିଁ ।
ସମସ୍ତଙ୍କ ଜାଣତରେ ସବୁ ହୋଇଛି ଓ ହେଉଛି ମଧ୍ୟ । ସରକାରୀ ଅର୍ଥରେ ଯାହା ନିର୍ମାଣ କରାଯାଇଥିଲା ସେଥିରୁ ଅଧାରୁ ଅଧିକ ନଷ୍ଟ ହୋଇ ଗଲାଣି । ଏପରିକି ପ୍ରଶାସନ ଦ୍ୱାରା ସରକାରୀ ଅର୍ଥ ବ୍ୟୟ କରାଯାଇ ଯେଉଁ କଲଭର୍ଟ ନିର୍ମାଣ କରାଯାଇଥିଲା ତାହା ଅଛିକି ନାହିଁ ପ୍ରଶାସନ କେବେବି ଖୋଜିନି ।
ସରକାରୀ ମାଲ …… ଦରୀୟା ମେ ଡାଲ ନୀତିରେ ବଡବୃତ୍ତିର ରାସ୍ତା ସମସ୍ୟାକୁ ଏକ ସହଜ ଅର୍ଥ ଉପାର୍ଜ୍ଜନକାରୀ ପ୍ରକଳ୍ପ ଭାବେ ସମସ୍ତେ ଗ୍ରହଣ କରି ନେଇଛନ୍ତି ।
ଲୋକଙ୍କ ସ୍ୱାର୍ଥ ରକ୍ଷା ର ଶ୍ଲୋଗାନ୍ ଭିତରେ କିନ୍ତୁ ବଡବୃତ୍ତି ଗାଁ ଯୋଉ ତୀମିରେ କୁ ସେହି ତୀମିରେ..
ଏବେି ପ୍ରଶାସନ ପାଖରେ ସମୟ ଅଛି, ଅଜଥା କାଦୁଅ ନଚକଟି ବଡବୃତ୍ତିର ଏକାନ୍ତ ଆବଶ୍ୟକ ଏକ ସବୁ ଦିନଆ ରାସ୍ତା କିପରି କେଉଁଠୁ ନିର୍ମାଣ କରାଯାଇ ପାରିବ ତାହା ଖୋଜି ବାହାର କରୁ । କାରଣ ସମସ୍ତେ ଜାଣିଛନ୍ତି କିପରି ବଡବୃତ୍ତି ଗ୍ରାମର ସବୁ ଦିନିଆ ରାସ୍ତା ସମସ୍ୟା ଦୁର ହୋଇ ପାରିବ ।

Click to comment

Leave a Reply

Your email address will not be published. Required fields are marked *

4 × three =

Most Popular

To Top