ରାଜ୍ୟ

ବଡ ଘୋଷଣା: ସୁରତରୁ ସବୁ ଟ୍ରେନ ବାତିଲ,ନିର୍ମାଣ ହେବ ରଥ,ରସୁଲଗଡରେ ୫୬ ସୁରଟ ଫେରନ୍ତାଙ୍କୁ ଅଟକ

ଆଜି ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପରେ ସୁରଟ୍‌ରୁ ଓଡିଶାକୁ ଆସିବାକୁ ଥିବା ସବୁ ଟ୍ରେନକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ସେଠାରୁ ଆସିବାକୁ ନାମ ପଞ୍ଜିତକରଣ କରିଥିବା ସମସ୍ତ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଓଡିଶା ଆସିବାକୁ ଅନୁମତି ଦିଆଯିବ ବୋଲି ଗୁଜୁରାଟ ସୁରଟ ଜିଲ୍ଲାପାଳ ଧବଲ ପଟ୍ଟେଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଆସନ୍ତା କାଲି ସୁରଟରୁ ୩ଟି ଟ୍ରେନ ପ୍ରବାସୀ ଓଡିଆଙ୍କୁ ନେଇ ରାଜ୍ୟକୁ ଅସିବାର ଥିଲା । ହେଲେ ସୁରଟରୁ ଆସୁଥିବା ଅଧିକାଂଶ ପ୍ରବାସୀ କରୋନା ସଂକ୍ରମିତ ହେଉଥିବାରୁ ଆଜି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ । କୌଣସି ସଂକ୍ରମିତ ବ୍ୟକ୍ତିଙ୍କୁ ଓଡିଶା ପ୍ରବେଶନକରାଇବାକୁ ହାଇକୋର୍ଟ ରାୟ ଦେଇଛନ୍ତି । ଏହି ରାୟ ପରେ ଏବେ ସ୍ଥାନୀୟ ପ୍ରଶାସନ ଏପରି ନିଷ୍ପତି ନେଇଛନ୍ତି ।


ସେହିପରି ଆଜି ବସ ଯୋଗେ ସୁରଟରୁ ଓଡିଶା ଫେରିଥିବା ୫୬ଜଣ ପ୍ରବାସୀଙ୍କ ଭୁବନେଶ୍ୱର ସହର ଭିତରକୁ ପଶିବାକୁ ଦିଆଯିଆ ନାହିଁ । ରସୁଲଗଡ ଛଳରେ କମିଶନରେଟ ପୋଲିସ ସେମାନଙ୍କୁ ସହର ଭିତରକୁ ଯିବାକୁ ନଦେଇ ଅଟକ ରଖିଛନ୍ତି ।
ସେହିପରି ପୁରୀ ରଥଯାତ୍ରା ଅନୁଷ୍ଠି ହେବାର ଏକ ସମ୍ଭାବନା ସୃଷ୍ଟି ହୋଇଛି । ଏ ବାବଦରେ କେନ୍ଦ୍ର ସରକାର ଗ୍ରୀନ୍ ସିଗ୍‌ନାଲ ଦେଇଛନ୍ତି । ସାମାଜୀକ ଦୁରତା ରକ୍ଷା କରାଯାଇ ରଥ ନିର୍ମାଣ କରାଯାଇ ପାରିବ ବୋଲି ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । ଏହି ଖବର ଜଚ୍ଚାପଡିବା ପରେ ରାଜ୍ୟରେ ଥିବା ଅଗଣୀତ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ରଥଯାତ୍ରା ଅନୁଷ୍ଠିତ ହେବାର ଆଶା ସଞ୍ଚାର ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

five × two =

Most Popular

To Top