ରାଜ୍ୟ

ବରିଷ୍ଠ ବିଜେପି ନେତା ଐର ଖାରବେଳ ସ୍ୱାଇଁଙ୍କ ସାମ୍ବାଦିକ ସମ୍ମିଳନୀ

ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକାରେ ବାପା ମାଆଙ୍କ ନାଁ ଦେଵାକୁ ରାଜ୍ୟ ସରକାରଙ୍କ ବିରୋଧ ବଡ ବିଚିତ୍ର। ଏହା ଦ୍ଵାରା ଅନୁପ୍ରଵେଶକାରୀଙ୍କୁ ସମର୍ଥନ, ପରିଚୟ ପଦାରେ ନ ପଡିଵାର ଷଡଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର। ଆଧାର, ଟଙ୍କିକିଆ ଚାଉଳ ହିତାଧିକାରୀ ତାଲିକା, ସ୍କୁଲ ଓ କଲେଜରେ ନାମଲେଖାରୁ ଆରମ୍ଭ କରି ଡ୍ରାଇଭିଙ୍ଗ ଲାଇସେନ୍ସ। ସଵୁଠି ବାପା ମାଆଙ୍କ ନାଁ ରହୁଛି। ତେବେ ଏଥିରେ ବାପା ମା ନାମ ଦେବାରେ ଅସୁବିଧା କଣ । ପ୍ରଶ୍ନ କଲେ ଖାରଵେଳ ସ୍ବାଇଁ, ବରିଷ୍ଠ ବିଜେପି ନେତା । ଜନସଂଖ୍ୟା ଆଧାରରେ ଯଦିଓ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ସଂରକ୍ଷଣ ଦେଉଛ, ତେଵେ ପଛୁଆ ବର୍ଗଙ୍କ କ୍ଷେତ୍ରରେ ଏହାକୁ କାହିଁକି ଉଲ୍ଲଂଘନ କରୁଛ ବୋଲି ପ୍ରଶ୍ନ କରିଛନ୍ତି ଖାରବେଳ। ୨୭ ପ୍ରତିଶତ ଵଦଳରେ ମାତ୍ର ୧୧ .୨୫ ପ୍ରତିଶତ ଦେଵା କେତେଦୂର ଯୁକ୍ତିଯୁକ୍ତ । ତାମିଲନାଡୁରେ ୬୯ ଓ କର୍ଣ୍ଣାଟକରେ ୭୩ ପ୍ରତିଶତ ସଂରକ୍ଷଣ ଦିଆଯାଉଛି। ସମ୍ବିଧାନର ନଵମ ଅନୁଛେଦରେ ଏହାକୁ ଅନ୍ତର୍ଭୁକ୍ତ କରି ରାଜ୍ୟ ସରକାର ବି ଅନୁରୂପ ପଦକ୍ଷେପ ନିଅନ୍ତୁ। ପଛୁଆ ଜାତି ବିରୁଦ୍ଧରେ ସରକାର ଯାଉଛନ୍ତି ଦୋଷାରଫ୍ କରିଛନ୍ତି ଖାରବେଳ ।

Click to comment

Leave a Reply

Your email address will not be published. Required fields are marked *

five × one =

Most Popular

To Top