ମନୋରଞ୍ଜନ

ବଲିଉଡରେ ଓଡ଼ିଆ ପୁଅର କମାଲ୍

ବଲିଉଡ ରେ ବୟୋପିକ ଟ୍ରେଣ୍ଡ କିଛି ନୂଆ କଥା ନୁହେଁ। କେତେବେଳ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲ କର ତ କେତେବେଳେ ବକ୍ସର ମେରିକମ, ତ ଆଉ କେତେବେଳେ ଧା ବକ ମିଲଖା ସିଂ ଙ୍କ ନାମରେ ତିଆରି ହୋଇଛି ଚଳଚିତ୍ର। ଏବେ ସିନେ ପ୍ରେମୀ ଦେଖିବାକୁ ପାଇବେ ଓଡ଼ିଆ ପୁଅ ସାଇରାମ ର କାହାଣୀ। ଜଣେ ସ୍ବେଚ୍ଛାସେବୀ ଭାବେ କିପରି ସେ ପରିଚିତ ହାସଲ କରିଲେ ତାହା ଫିଲ୍ମର ର କାହାଣୀ। ଆଜି ନୂଆଦିଲ୍ଲୀ ରେ ଫିଲ୍ମ ର ପୋଷ୍ଟର ରିଲିଜ ହୋଇଛି। ସାଂସଦ ମନୋଜ ତିଓ୍ବାରୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭବେ ଯୋଗ ଦେଇଥିଲେ ।ସିଲଭର ସ୍କ୍ରିନ ରେ ଓଡ଼ିଆ ପୁଅ ସାଇରାମ ର କାହାଣୀ। ସିନେପ୍ରେମୀ ଦେଖିବେ ସିଲଭ ଗାନ୍ଧୀ ର ଚରିତ୍ର। ହାତରେ ବାଡି, ଓ ଝାଡୁ ଧରି ସଙ୍ଗୀତ ମହାବିଦ୍ୟାଳୟରୁ ଦିଲ୍ଲୀ ଯାତ୍ରା କିପରି ଥିଲା। ସଙ୍ଗୀତ ମହାବିଦ୍ୟାଳୟ ରେ ପାଠ ପଢ଼ୁଥିବା ସାଇରାମ ପାଇଛନ୍ତି ଏକ ନୂଆ ପରିଚୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ଯୋଜନାର ବାର୍ତା କୁ ନେଇ ବିଭିନ୍ୟ ରାଜ୍ୟରେ ପହଁ ଞ୍ଚୀଥିଲେ ସାଇରାମ। ଯାହାକୁ ଭେଟିଲେ ସ୍ୱଚ୍ଛତା ର ବାର୍ତା ଦେଲେ। ଦେଶର କୋଣ ଅନୁକୋଣରେ ସାଉଁଟିଲେ ପ୍ରଶଂସା। ୨୦୧୬ ଜୁନ ରେ ପୁରୀ ରୁ ଯାତ୍ରା ଆରମ୍ଭ କରି ୨୦୧୮ ଅକ୍ଟୋବର ରେ ଦିଲ୍ଲୀ ରେ ପଂହଞ୍ଚିଥିଲେ। ଏ ପର୍ଯ୍ୟନ୍ତ ସେ ଘରକୁ ଫେରି ନାହାନ୍ତି। ଆସନ୍ତାକାଲି ଠୁ ପୁଣି ଭାରତ ବର୍ଷ ଯାତ୍ରାରେ ବାହାରିବେ ସାଇରାମ। ଦିଲ୍ଲୀରେ ସାଂସଦ ମନୋଜ ତିଓ୍ବାରୀ ଙ୍କ ସହ ୨୦୧୮ ରେ ଦେଖା ହେବାରୁ ସେ ରାଷ୍ଟ୍ରପତି ଙ୍କ ସହ ସାକ୍ଷାତ କରାଇଥିଲେ। ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଙ୍କ ସମସ୍ତେ ସାଇରାମ ଙ୍କ ପ୍ରସଂସ ରେ ସତମୁଖ।ଫିଲ୍ମର ନିର୍ଦେଶନା ଦେଇଛନ୍ତି ମଧ୍ୟ ଜଣେ ଓଡ଼ିଆ ପୁଅ ଅବିନାଶ ନନ୍ଦ। ବଲିଓଡ଼ ର ଜଣେ ଆଗ ଧାଡ଼ିର କଳାକାରଙ୍କୁ ସିଲଭର ଗାନ୍ଧୀ ଚରିତ୍ର ରେ ଦେଖିବାକୁ ମିଳିବ।ଆଜି ଦିଲ୍ଲୀରେ ସିଲଭଳ ଗାନ୍ଧୀ ଫିଲ୍ମ ର ପୋଷ୍ଟର ରିଲିଜ ହେବାପରେ ବଢିଛି ଫିଲ୍ମକୁନେଇ ବେଶ ଉତ୍ସାହିତ। ଅକ୍ଟୋବର ମାସରେ ଆରମ୍ଭ ହେବ ସୁଟିଂ। ହିନ୍ଦୀ ସମେତ ୬ ଟି ଭାଷାରେ ଡବିଙ୍ଗ ପାଇଁ ଯୋଜନା କରୁଛନ୍ତି ପ୍ରଯୋଜନା ସଂସ୍ଥା। ତେବେ ଫିଲ୍ମ ବଡ଼ ସଫଳ ହେବ ବୋଲି ସମସ୍ତେ ଆଶାବାଦୀ।

Click to comment

Leave a Reply

Your email address will not be published. Required fields are marked *

sixteen + ten =

Most Popular

To Top