ଜାତୀୟ ଅନ୍ତର୍ଜାତୀୟ

ବାଃରେ କାଳିଆ ବାଃ:କରି କରାଉ ଥାଉ ତୁହି

ଧିରେ ଧିରେ ଖୋଲୁଛି ରଥଯାତ୍ରାର ବାଟ। ଯଦି ପ୍ରଭୁ ଜଗନ୍ନାଥ ବାହାରକୁ ନ ଆସନ୍ତି ତେବେ ୧୨ ବର୍ଷ ଯାଏଁ ହୋଇପାରିବନି ରଥଯାତ୍ରା। ଶହ ଶହ ବର୍ଷର ପରମ୍ପରା ଭଙ୍ଗାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର୍ ଜେନେରାଲ୍ ଙ୍କ ଯୁକ୍ତି।ବିନା ଭକ୍ତରେ ରଥଯାତ୍ରା କରିବାକୁ ସମ୍ମତି ଜଣାଇଲେ କେନ୍ଦ୍ର ଓ ରାଜ୍ୟ ସରକାର। ସୁପ୍ରିମକୋର୍ଟରେ କେନ୍ଦ୍ର ପକ୍ଷରୁ ଯୁକ୍ତି ରଖିଲେ ସଲିସିଟର ଜେନେରାଲ। କହିଲେ- ବର୍ଷ ବର୍ଷ ଧରି ଚାଲି ଆସୁଥିବା ପରମ୍ପରାକୁ ବନ୍ଦ ନ କରାଯାଉ,ଏହାସହ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ପ୍ରସ୍ତାବ ଦେଲେ ସିଲିସିଟର ଜେନେରାଲ।କେବଳ ପୁରୀ ରେ ରଥଯାତ୍ରା ପାଇଁ ସତ୍ୟପାଠ ଦାଖଲ ହେଲା।
ନାଗପୁର ରୁ ଭିଡିଓ କନଫରେନ୍ସିଂ ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି କରିବେ ରଥଯାତ୍ରା ଶୁଣାଣି। ନାଗପୁର ରୁ ନିଜ ଘରୁ ଥାଇ ଶୁଣାଣି କରିବେ ପ୍ରଧାନ ବିଚାରପତି। ଶହ ଶହ ବର୍ଷର ପରମ୍ପରା , କୋଟି କୋଟି ଲୋକଙ୍କ ବିଶ୍ବାସର କଥା। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ମଧ୍ୟରେ ଚାଲିଛି ରୁଦ୍ଧଦ୍ୱାର ବୈଠକ। ପରିଚାଳନା କମିଟିର କିଛି ସଦସ୍ୟ ମଧ୍ୟ ବୈଠକରେ ସାମିଲ।ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏଁ ସବୁ ଉଠା ଦୋକାନୀଙ୍କୁ ଉଠିଯିବାକୁ ନିର୍ଦ୍ଦେଶ ଦେଲା ପୁରୀ ମ୍ୟୁନିସିପାଲିଟି।

Most Popular

To Top