ଅବିଭକ୍ତ କଟକ

ବାଙ୍କୀ ବନ୍ଦ୍

ଡବଲ ମର୍ଡର ଘଟଣା ରେ କଂଗ୍ରେସ ପକ୍ଷରୁ ବାର ଘଂଟିକା ବାଙ୍କୀ ବନ୍ଦ ଡାକରା। ବାଙ୍କୀ ଡବଲ ମର୍ଡର ଘଟଣା ରେ ପୋଲିସ ର ନିଷ୍କ୍ରିୟତା ଓ ଅପରାଧି ମାନଙ୍କୁ ପୋଲିସ ଧରିବାରେ ବିଫଳ ସେପଟେ ଅଭିଯୁକ୍ତ ମାନେ ଖୁଲମଖୁଲା ବୁଲୁଥିବାକୁ ନେଇ ବାରମ୍ବାର କଂଗ୍ରେସ ପକ୍ଷରୁ ଗ୍ରାମାଞ୍ଚଳ ଏସପିଙ୍କ ଠାରୁ ଆରମ୍ଭ କରି ପୋଲିସ ମହାନିର୍ଦ୍ଦେଶକ ଓ ବିଧାନସଭାରେ ଉକ୍ତ ଘଟଣାକୁ ପ୍ରସଙ୍ଗ କରାଯାଇଥିଲେ ମଧ୍ଯ ପର୍ଯ୍ୟନ୍ତ ମୁଖ୍ଯ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ବଫଳ ହୋଇଥିବାକୁ ପ୍ରତିବାଦ କରି ଆଜି ବାଙ୍କୀ କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ବରେ ୧୨ ଘଣ୍ଟିଆ ବାଙ୍କୀ ବନ୍ଦ ଡାକରା ଦିଆଯାଇଥିବା ବେଳେ ତାର ପ୍ରଭାବ ସକାଳୁ ସକାଳୁ ଦେଖିବାକୁ ମିଳିଛି।

ବାଙ୍କୀ ନୃସିଂହ ଛକ,ମେଡିକାଲ ଛକ,କଚେରୀ ଛକ,ଏନଏସିଛକ,ଯାତମୁଣ୍ଡିଆ,କଳାପଥର ବୈଦୈଶ୍ବର ଏ ସମସ୍ତ ସ୍ଥାନ ମାନଙ୍କରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି।ଫଳରେ ବାଙ୍କୀ ରୁ କଟକ,ଭୂବନେଶ୍ବର ,ଖୋର୍ଧ, ନୟାଗଡ,କଣ୍ଟିଲୋ ,ଖଣ୍ଡପଡା ଆଦି ଅଞ୍ଚଳକୁ ଯୋଗଯୋଗ ସଂପୂର୍ଣ୍ଣ ଠପ ହୋଇପଡିଛି।

ସେପଟେ ଏହାର ପ୍ରଭାବ ରେ ବାଙ୍କୀ ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର ପେଟ୍ରୋଲ ପମ୍ପ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ବନ୍ଦ ରହିଛି।କଂଗ୍ରେସ ପକ୍ଷରୁ ଦାବି ଯଥାଶୀଘ୍ର ମୁଖ୍ୟ ଆସାମୀ ମାନଙ୍କୁ ଗିରଫ ଓ ହତ୍ୟା କାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ କଲେ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

five − two =

Most Popular

To Top