ଅବିଭକ୍ତ କଟକ

ବାରଙ୍ଗ: ଅଟୋରେ ଛାତ୍ରୀ ଙ୍କୁ ଦୁର୍ବ୍ୟବହାର ମାମଲା,Report:M.Bharat

କଟକ: ବାରଙ୍ଗ ଅଞ୍ଚଳରେ ଅଟୋ ଭିତରେ ଛାତ୍ରୀଙ୍କୁ ଅଟୋ ଡ୍ରାଇଭରର ଦୁର୍ବ୍ୟବହାର ପ୍ରସଙ୍ଗ । ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ।
ଅଟୋ ଡ୍ରାଇଭର ଜଣକ ଛାତ୍ରୀଙ୍କୁ ଭୁବନେଶ୍ୱରରେ ଛାଡିବା ବଦଳରେ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଡିସିପି କହିଛନ୍ତି । ଘଟଣାକୁ ନେଇ କିଛି ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଛାତ୍ରୀଙ୍କ ଏତଲା ଆଧାରରେ ଘଟଣାର ଯାଞ୍ଚ ପରେ ଅଟୋ ଡ୍ରାଇଭରକୁ ଗିରଫ କରାଯାଇଛି । ତେବେ ଏପରି ଘଟଣା ଯେପରି ପୁନର୍ବାର ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ଡିସିପି କହିଛନ୍ତି।

DCP.CUTTACK REACTION

Most Popular

To Top