ରାଜ୍ୟ

ବିଜୟଙ୍କ ସମ୍ପର୍କରେ ମିଥ୍ୟା ପ୍ରଚାରକଙ୍କ ବିରୋଧରେ ମାମଲା

ଓଲିଉଡର ବରିଷ୍ଠ କଳାକାର ବିଜୟ ମହାନ୍ତି ଆରୋଗ୍ୟ ଲାଭ କରୁଛନ୍ତି। ଏଭଳି ସ୍ଥିତିରେ କିଛି ସାମାଜିକ ଗଣମାଧ୍ୟମ ବିଜୟ ମହାନ୍ତିଙ୍କ ମୃତ୍ୟୁ ନେଇ ମିଥ୍ୟା ଖବର ପ୍ରଚାର କରିଛନ୍ତି। ଯାହାକୁ ନିନ୍ଦା କରିବା ସହ ଏଭଳି ସଂସ୍ଥା ବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ନେତୃତ୍ୱରେ କଳିଙ୍ଗ ସିନେ ଆର୍ଟସ ଫାଉଣ୍ଡେସନ ପକ୍ଷରୁ ଇନ୍ଫୋସିସ ଥାନାରେ ଏତଲା ଦାଏର କରାଯାଇଛି। ଏପରି ମିଥ୍ୟା ଖବର ପ୍ରଚାର କରିଥିବା ସାମାଜିକ ଗଣମାଧ୍ୟମ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ଭବିଷ୍ୟତରେ ଯେପରି କୌଣସି ପରିସ୍ଥିତିରେ ଏପରି ମିଥ୍ୟା ଖବର ପ୍ରଚାର କରାଗଲେ ତ୍ବରିତ କାର୍ଯ୍ୟାନୁଷ୍ଠାନ କରାଯିବାକୁ ଦାବି କରାଯାଇଛି।

Most Popular

To Top