ଅବିଭକ୍ତ କଟକ

ଗୋବିନ୍ଦପୁରରେ ବ୍ୟାଙ୍କ କର୍ମଚାରୀ କରୋନା ସଂକ୍ରମିତ ସମ୍ପୂର୍ଣ୍ଣ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ

 କଣ୍ଟାପଡା ବ୍ଲକ ଅଞ୍ଚଳ ପାଇଁ ପୁଣି ଏକ ଅଶୁଭ ଖବର । ଏହି ଅଞ୍ଚଳର ଜଣେ ବ୍ୟାଙ୍କ୍ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ ସଂପୃକ୍ତ ବ୍ୟାଙ୍କ୍‌ର ଶାଖା ପରିଚାଳକ ସ୍ଥାନୀୟ ସରପଞ୍ଚଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।ସ୍ଥାନୀୟ ଗୋବିନ୍ଦପୁର ବଜାରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ଶାଖାର ଜଣେ ବରିଷ୍ଠ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ବ୍ୟାଙ୍କ ଶାଖା ପରିଚାଳକ ଗୋବିନ୍ଦପୁର ସରପଞ୍ଚ ଲଲାଟେନ୍ଦୁ ପ୍ରସାଦ ଦାଶଙ୍କୁ ଜଣାଇଛନ୍ତି । ଏଥିସହ ଅଞ୍ଚଳରେ ସଂକ୍ରମଣ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ସଂକ୍ରମିତ ଅଧିକାରୀ ଜଣକ ଗତ ଜୁଲାଇ ୩୧ ତାରିଖ ଠାରୁ ଥଣ୍ଡା ଜ୍ୱରରେ ପୀଡିତ ହୋଇଥିଲେ । ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ନିଜର ସ୍ୱାବ୍ ପରୀକ୍ଷା ପାଇଁ ଦେଇଥିଲେ । ଆଜି ଏହି ରିପୋର୍ଟ ଆସିବାରେ ସେ କରୋନା ସଂକ୍ରମିତ ଥିବା ଜଣାପଡିଛି । ଏ ସମ୍ପର୍କରେ ବ୍ୟାଙ୍କ୍‌ର ଶାଖା ପରିଚାଳକ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଦାଶଙ୍କୁ ଏ ସମ୍ପର୍କରେ ଅବଗତ କରିଥିବା ଜଣାପଡିଛି । ଗୋଟିଏ ପଟେ ଏହି ବ୍ୟାଙ୍କ୍‌ଟି ଗୋବିନ୍ଦପୁର ସହ ନିକଟସ୍ଥ ଝାରପଡା,ନାହାଳପୁର ଓ ନୂଆଗାଁ ଗ୍ରମପଞ୍ଚାୟତର ହଜାର ହଜାର ଲୋକଙ୍କୁ ବ୍ୟାଙ୍କ୍ ସେବା ଯୋଗାଇ ଦେଉଥିବା ବେଳେ ସଂପ୍ରତି ବ୍ୟାଙ୍କ୍ କର୍ମଚାରୀ କରୋନା ସଂକ୍ରମିତ ଜଣାପଡିବା ପରେ ଏହା ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇପଡିଛି । ଏଠାରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ପ୍ରକାଶ ପାଉଛି । ଶୁଣିବାକୁ ମିଳେ ସଂପୃକ୍ତ ଅଧିକାରୀ ଜଣକ ନିକଟସ୍ଥ ନାହାଳପୁର ପଞ୍ଚାୟତର ଜଣେ ସଂକ୍ରମିତଙ୍କ ସଂସ୍ୱର୍ଶରେ ଆସିଥିବା ଜଣାପଡିଥିଲା । ତେବେ ସେ ସମୟରେ ସଂପୃକ୍ତ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ୍ ସମୟରେ ବ୍ୟାଙ୍କ୍ କର୍ମଚାରୀ କାହିଁକି ସ୍ଥାନୀୟ ପ୍ରଶାସନକୁ ଏ ସମ୍ପର୍କରେ ଅବଗତ କରାଇ ନଥିଲେ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ସେ ସମୟରେ ବ୍ୟାଙ୍କ୍ କର୍ମଚାରୀଙ୍କ ସ୍ୱାବ୍ ସଂଗ୍ରହ କରାଯାଥାନ୍ତା ତେବେ ଆଜି ଏପରି ଏକ ସ୍ପର୍ଶ କାତର ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି ସାଧାରଣରେ ଆଲୋଚିତ ହେବଉଛି । ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ନିକଟସ୍ଥ ଅନ୍ୟ ପଞ୍ଚାୟତର ପରିସ୍ଥିତି ପ୍ରତି ଦୃଷ୍ଟି ଦେଇ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ମନେହୁଏ ।

Most Popular

To Top