ବିଶେଷ

ବୁଲା ଗୋରୁଙ୍କ କବଜା ରେ କେନ୍ଦ୍ରାପଡ଼ା ସହର

କେନ୍ଦ୍ରାପଡ଼ା (ଶୋଭନ ଆଚାର୍ଯ୍ଯ) : କେନ୍ଦ୍ରାପଡ଼ା ସହରରେ ବୁଲା ଗାଈ ଗୋରୁଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସହରର ମୁଖ୍ୟ ରାସ୍ତା ରୁ ଆରମ୍ଭ କରି ଗଳି କନ୍ଦି ରେ ମାଳ ମାଳ ଗାଈ ବାଛୁରି ଦେଖିବା ପାଇଁ ମିଳିଛି । ତେବେ ସହରରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ପଛରେ ବୁଲା ଗାଈ ଗୋରୁ ହିଁ ମୁଖ୍ୟ କାରଣ ଭାବେ ଉଭା ହୋଇଛି । ସହରର ମୁଖ୍ୟ ପ୍ରବେଶ ଦ୍ୱାରା କୁହା ଯାଉଥିବା ତିନିମୁହାଣି ଛକ ସନ୍ଧ୍ୟା ହେଲେ ଗୁହାଳ ରେ ପରିଣତ ହୋଇଯାଉଛି । ଶହ ଶହ ସଂଖ୍ଯାରେ ବୁଲା ଗୋରୁ ଓ ଷଣ୍ଢ ମଝି ରାସ୍ତାରେ ଶୋଇ ରହିବା ଦ୍ଵାରା କଟକ-ଚାନ୍ଦବାଲି ରାସ୍ତା ଅବରୋଧ ହେବା ସହିତ ଲୋକେ କେନ୍ଦ୍ରାପଡା ସହର ମଧ୍ୟକୁ ଯିବା ପାଇଁ ନାକେଦମ୍ ହେଉଛନ୍ତି ।ସେହିପରି ସହରର କେତେକ ପ୍ରମୁଖ ସ୍ଥାନ ଯଥା କଜଳl, ନୂଆ ବସ ଷ୍ଟାଣ୍ଡ, କାକଟ ଛକ, ବାଇପାସ୍ ରୋଡ, କଚେରୀ ରୋଡ, ପୁରୁଣା ମଟର ଷ୍ଟାଣ୍ଡ, ଖଡ଼ିଅଙ୍ଗ, ସାଆନ୍ତ ସାହି, ଗୁଲ୍ ନଗର୍ ପ୍ରଭୃତି ଅଞ୍ଚଳରେ ବୁଲା ଗୋରୁ ଙ୍କ ଗୁହାଳ ପାଲଟିଛି କହିଲେ ଅତ୍ୟୁକ୍ତି ହେବନାହିଁ ।ତେବେ ଜିଲାପାଳଙ୍କ କାର୍ଯ୍ଯାଳୟ ମଧ୍ଯ ବୁଲା ଗାଈ, ଛେଳି ଙ୍କ ପ୍ରାଦୁର୍ଭାବ ରୁ ମୁକ୍ତ ନୂହେଁ । ବିଭିନ୍ନ ସମୟରେ ଜିଲାପାଳ ଙ୍କ କାର୍ଯ୍ୟାଳୟ ର ମୁଖ୍ୟ ଫାଟକ ଗାଈ ଗୋରୁ ଙ୍କ ଦ୍ଵାରା ଅବରୋଧ ହେଉଥିବା ଦେଖିବାକୁ ମିଳିଛି । ପୌରାଞ୍ଚଳ ବାସିନ୍ଦା ନିଜ ନିଜ ଗାଈ ଛେଳି ପ୍ରଭୃତି ଖୋଲା ଖୋଲି ଛାଡି ଦେଉଥିବାରୁ ଏହି ସମସ୍ୟା ଉପୁଜୁଛି । ଏହାଦ୍ୱାରା ବିଭନ୍ନ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି । ଜିଲା ପ୍ରଶାସନ କିମ୍ବା ପୌରସଂସ୍ଥା କତୃପକ୍ଷ ଗାଈ ମାଲିକ ଙ୍କ ପ୍ରତିି କୌଣସି କାର୍ଯ୍ୟନୁଷ୍ଠାନ ନେଉ ନଥିବା ରୁ ପରିସ୍ଥିତି ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ସହରର ମୁଖ୍ୟ ରାସ୍ତା କୁ ଏମିତି ଖୋଲା ମେଲା ଭାବେ ଗାଈ ଗୋରୁ ଛାଡି ଦେଉଥିବା ବ୍ୟକ୍ତିଙ୍କ ପ୍ରତି ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଦାବି କରିଛନ୍ତି ।

Most Popular

To Top