ବିଶେଷ

ବେଦ ବିଚାର:ସୁର ଛୋଟରାୟ

ସମସ୍ତ ଶ୍ରେଷ୍ଠ କର୍ମକୁ ଯଜ୍ଞ କୁହାଯାଏ !ଯଜ୍ଞରେ ମୁଖ୍ୟତଃ ତିନୋଟି କର୍ମ ଅନ୍ତର୍ଭୁକ୍ତ – ଦେବପୂଜା, ସଂଗତିକରଣ ଓ ଦାନ !ପୂଜାର ଅର୍ଥ ସତ୍କାର, ଯଥାଯୋଗ୍ୟ ବ୍ୟବହାର, ଯଥାର୍ଥ ଉପଯୋଗ !ଦେବପୂଜା ହେଉଛି ଈଶ୍ୱରଙ୍କ ସ୍ତୁତି – ପ୍ରାର୍ଥନା – ଉପାସନା, ବିଦ୍ୱାନ -ତପସ୍ୱୀଙ୍କ ସତ୍କାର ଏବଂ ପୃଥ୍ୱୀ, ଜଳ, ଅଗ୍ନି, ବାୟୁ ଆଦି ପଦାର୍ଥର ଠିକ -ଠିକ ଉପଯାଗ କରିବାକୁ ଦେବପୂଜା କୁହାଯାଏ !ସଂଗତିକରଣ ହେଉଛି -ପଦାର୍ଥଗୁଡିକର ଯଥାଯୋଗ୍ୟମିଳନ ଦ୍ୱାରା ନିଜର ଓ ଅନ୍ୟର କଲ୍ୟାଣ ସାଧନ !

Most Popular

To Top