ଧର୍ମ

ବେଦ ବିଚାର: ଦଶ୍ୟୁ କିଏ ?

ଦସ୍ୟୁ କହିଲେ ଆମେ ଚୋରକୁ ଜାଣୁଛୁ । ପରନ୍ତୁ ବେଦ ମନ୍ତ୍ରରେ ଚାରି ଶ୍ରେଣୀର ଲୋକଙ୍କୁ ଦସ୍ୟୁ ନାମ ଦିଆଯାଇଛି । ସେମାନେ ହେଲେ -ଅକର୍ମା,ଅମନ୍ତୁ, ଅନ୍ୟବ୍ରତ ଓ ଅମାନୁଷ ।

“ଅକର୍ମା “କହିଲେ ନିଷ୍କ୍ରିୟ, ଆଳସ୍ୟ ପରାୟଣ ଓ କର୍ମ ପାଇଁ ଅନିଛୁକ ବ୍ୟକ୍ତିମାନେ ଦସ୍ୟୁ ଅଟନ୍ତି । “ଅମନ୍ତୁ “ଅର୍ଥାତ ବିଚାରହୀନ ବ୍ୟକ୍ତି ।ଏମାନେ ବୁଝି ବିଚାରି କର୍ମ କରନ୍ତି ନାହିଁ !ଅଵିଵେକ କାର୍ଯ୍ୟକରି ସର୍ବଦା ବିଭ୍ରାଟ ଓ ବିଶୃଙ୍ଖଳା ସୃଷ୍ଟି କରନ୍ତି । “ଅନ୍ୟବ୍ରତ “ଅର୍ଥାତ ଏହି ଶ୍ରେଣୀର ଦସ୍ୟୁ ହେଲେ କଳାବଜାରୀ, ମଦ୍ୟପ, ଜୁଆଡି ପ୍ରଭୃତି ବ୍ୟକ୍ତି । “ଅମାନୁଷ “ଅର୍ଥାତ ଏଭଳି ବ୍ୟକ୍ତି ମନୁଷ୍ୟ ଦେହରେ ଥାଇ ସୁଦ୍ଧା ଅମନୁଷ୍ୟ ଅଟନ୍ତି ।ଏମାନେ ସର୍ବଦା ପଶୁପରି ଆଚରଣ କରିଥାନ୍ତି ।

Most Popular

To Top