ଧର୍ମ

ବେଦ ବିଚାର: ପରମେଶ୍ବର କିଛି କରନ୍ତି ନାହିଁ, କରାନ୍ତି

ପରମେଶ୍ୱର ସମସ୍ତଙ୍କୁ କାର୍ଯ୍ୟରେ ଲଗାନ୍ତି କିନ୍ତୁ ନିଜେ କାର୍ଯ୍ୟ କରନ୍ତି ନାହିଁ । ସେ ବହୁଦୂର ଅଟନ୍ତି ଓ ନିକଟ ମଧ୍ୟ ଅଟନ୍ତି । ସମସ୍ତଙ୍କ ଭିତରେ ଅଛନ୍ତି ଏବଂ ସଂସାରର ବାହାରେ ମଧ୍ୟ ଅଛନ୍ତି !ସେ ସର୍ବବ୍ୟାପକ ଅଟନ୍ତି । ସର୍ବବ୍ୟାପକହିଁ ନିରାକାର ଅଟନ୍ତି ସାକାର କେବେ ନୁହନ୍ତି । ଏହା ବେଦ ବିଚାର । ସମସ୍ତ ଗୀତାରେ ମଧ୍ୟ କୌଣସିଠାରେ ପରମେଶ୍ୱରଙ୍କୁ ସାକାର କୁହାଯାଇ ନାହିଁ । ଗୀତାରେ ନିରାକାର ଉପାସନା ବର୍ଣ୍ଣନା କରାଯାଇଛି ଏବଂ ଯୋଗାଭ୍ୟାସ ବଳରେ ଈଶ୍ୱର ପ୍ରାପ୍ତ ହେବାପାଇଁ ଦର୍ଶାଇ ଦିଆଯାଇଛି । ପରମେଶ୍ୱର ସୂକ୍ଷ୍ମାତିସୂକ୍ଷ୍ମ ହୋଇଥିବାରୁ ଜ୍ଞାନର ସୂକ୍ଷ୍ମ ବୁଦ୍ଧିଦ୍ୱାରା ଦେଖା ଯାଆନ୍ତି ।

Most Popular

To Top