ଧର୍ମ

ବେଦ ବିଚାର: ଭୁତ ପ୍ରେତ ନିରର୍ଥକ

ଭୁତ, ପ୍ରେତ, ପିଶାଚ, ଡାକିନୀ ଆଦିର ପ୍ରଚଳିତ ସ୍ୱରୂପକୁ ବୈଦିକ ଧର୍ମରେ ସ୍ୱୀକାର କରାଯାଇନାହିଁ । ଏସବୁ କେବଳ ପାଗଳଙ୍କ ପ୍ରଳାପ, କଳ୍ପନା ବିଳାସ ଓ ନିଚ୍ଛକ ମିଥ୍ୟା ଅବଧାରଣା । ପ୍ରେତ କହିଲେ – ଯେଉଁ ଶରୀରରୁ ଜୀଵାତ୍ମା ସମ୍ପୂର୍ଣ ରୂପେ ଚାଲିଗଲା, ସେହି ନିର୍ଜୀଵ ବା ମୃତ ଶରୀରର ନାମ ‘ପ୍ରେତ ”ଭୁତ ‘ଅର୍ଥାତ ଅତୀତ । ଯେଉଁ ଲୋକର ମୃତ୍ୟୁ ହେଲା ସେହି ମୃତ ବ୍ୟକ୍ତି ଅତୀତରେ ଥିଲେ, ଏଣୁ ତାଙ୍କୁ ଭୁତ କୁହାଯାଏ । ଅତଏବ ‘ପ୍ରେତ ‘ଶବ୍ଦର ଅର୍ଥ ହେଲା ମୃତ ଶରୀର ଓ ‘ଭୁତ ‘ଶବ୍ଦର ଅର୍ଥ ହେଲା ଅତୀତ ।ଏହା ବ୍ୟତୀତ ଭୁତ ପ୍ରେତ ବୋଲି କିଛି ନାହିଁ !

Most Popular

To Top