ଅବିଭକ୍ତ କଟକ

ବୋହୁକୁ ଦେଖି କବାଟ କିଳିଲେ ଶାଶୁଘର ଲୋକ,Report:Ramesh pradhan

ଅଚାନକ ଦାଣ୍ଡରେ ବୋହୁ।ଭୟରେ ଥରହର ଶାଶୁଘର ଲୋକେ।ଅନନ୍ୟୋପାୟ ହୋଇ ଦାଣ୍ଡକବାଟ କିଳି ଘର ଭିତରେ ଲୁଚି ରହିଲେ। ବୋହୁବି ନଛୋଡ଼ବନ୍ଧା।ଦୁଆର ମହଁରେ ବସି ରହିଲା।ଏମିତି କଟିଗଲା୬ଘଣ୍ଟା। ଶେଷରେ ପୋଲିସ ଓ ସାମାଜିକ କର୍ମୀ ପହଞ୍ଚି ଘଟଣାର ସମାଧାନ ପରେ ବୋହୁ ଉଠିଥିଲା ଓ ଦରଜା ଖୋଲିଥିଲା।

ଏପରି ଘଟଣା ଘଟିଛି କଟକ ଜିଲ୍ଲା ନିଆଳୀ ଥାନା ଅନ୍ତର୍ଗତ ଦେବୀକନ୍ଦଳ ଦ୍ବୀପାଞ୍ଚଳ ରାଣୀଓଳା ପଞ୍ଚାୟତ ପୁଇଁଚନ୍ଦା ଗ୍ରାମରେ। ଏହି ଗ୍ରାମର ଜିତେନ୍ଦ୍ର ସାହୁ ନାମକ ଜଣେ ଯୁବକ କଟାକଟା ଗ୍ରାମର ଜଣେ ଯୁବତୀଙ୍କୁ ଗତ ୨୦୧୫ ମସିହା ଜୁନ୍ ୩ତାରିଖରେ ବିବାହ କରିଥିଲେ। କିଛିଦିନ ଉଭୟ ପତିପତ୍ନୀ ଭାବେ ଚଳିବା ପରେ ଦ୍ବନ୍ଦ ସୃଷ୍ଟି ହୋଇଥିଲା। ବୋହୁ ଏବେ ତା ବାପଘରେ ରହି ଆଇନର ଆଶ୍ରୟ ନେଇଛି। ଏପରି ସ୍ଥଳେ ପତିଙ୍କ ଅନ୍ୟତ୍ର ବିବାହ ଖବର ପାଇ ପତ୍ନୀ ଏପରି ପଦକ୍ଷେପ ନେଇଥିଲେ। କିନ୍ତୁ ଖବରରେ ସତ୍ୟତା ନଥିବା ଓ ସ୍ଥାନୀୟ ପୋଲିସ ଓ ନିଆଳୀ ମା ଘର ସଭାନେତ୍ରୀ କନକ ଲତା ସାହୁଙ୍କ ସହ ଶଗଡାଇଲୋ ସରପଞ୍ଚ ଅନିରୁଦ୍ଧ ମଲ୍ଲିକ ଘଟଣାରେ ହସ୍ତକ୍ଷେପ କରିବା ପରେ ବୋହୁ ଦୁଆର ମୁହଁରୁ ଉଠିଥିଲା।ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

14 + seventeen =

Most Popular

To Top