ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ପାଇଁ ନିରବଛିନ୍ନ ଭାବେ ସଂଘର୍ଷ କରିବା ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ନବ ଜାଗରଣ ଗଢି ତୋଳିବାରେ ବାଗ୍ମୀ ବିଶ୍ୱନାଥ କରଙ୍କ ଅବଦାନ ଅବିସ୍ମରଣୀୟ ବୋଲି ଆଜି କଟକ ଜିଲ୍ଲା ମୂଳବସନ୍ତ ଠାରେ ତାଙ୍କ ଜୟନ୍ତୀ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ ।ବାଗ୍ମୀ ବିଶ୍ୱନାଥ ଵିଦ୍ୟା ନିକେତନ ପ୍ରାଙ୍ଗଣରେ ଆୟୋଜିତ ଏହି ଜୟନ୍ତୀ ସଭାରେ ସାହିତ୍ୟିକ ଡାକ୍ତର କମଳାକାନ୍ତ କର ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତି ଏବଂ ଓଡ଼ିଆ ଭାଷାର ଅସ୍ମିତା ପୁରୁଷ ସ୍ବର୍ଗତ କରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।ପ୍ରଧାନଶିକ୍ଷକ ବିଶ୍ୱଜିତ ସେଠୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ।ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଅଖିଳେଶ ମହାନ୍ତି କହିଲେ ଓଡ଼ିଆ ଭାଷା ସାହିତ୍ୟର କିମ୍ବଦନ୍ତୀ ପୁରୁଷ ବାଗ୍ମୀ ବିଶ୍ଵନାଥ କର ନୀରବଛିନ୍ନ ସାଧନା ବଳରେ ଜାତିର ଗୌରବ ଗାଥାକୁ ଉଚ୍ଚାଙ୍ଗ କରିପାରିଥିବାରୁ ପ୍ରତିଟି ଓଡ଼ିଆଙ୍କ ପାଇଁ ସେ ଆଜି ଚିର ନମସ୍ୟ।

ସମ୍ମାନିତ ଅତିଥି ଭାବେ ସାମାଜିକକର୍ମୀ ରାକେଶ ସାହୁ, ସମାଜସେବୀ ପଞ୍ଚାନନ ପଣ୍ଡା, ଇଞ୍ଜିନିଅର ଜିତେନ୍ ରାଉତରାୟ, ଶିକ୍ଷକମିଟି ସଭାପତି ଚିତ୍ତରଞ୍ଜନ ସିଂହ, ଶିକ୍ଷକ ବିଜୟ କୁମାର ନାୟକ, ପର୍ଶୁରାମ ଦାସ, ରବୀନ୍ଦ୍ର ନାଥ ସାହୁ, ପ୍ରଦୀପ୍ତ କୁମାର ନାଥ, ସଂଗ୍ରାମ ସାମଲ ଏବଂ ପର୍ଶୁରାମ ଦାସ ବିଶ୍ୱନାଥଙ୍କ ବହୁମୁଖୀ ଜୀବନ ଉପରେ ଆଲୋକପାତ କରିଥିଲେ ।ଅନ୍ୟମାନଙ୍କ ଭିତରେ ଦେବୀପ୍ରସାଦ ପଲେଇ, ଯଦୁମଣି ପ୍ରଧାନ,ତ୍ରୈଲୋକ୍ୟ ଦାସ, ଶୁଭେନ୍ଦୁ କର, ଉମେଶ ସାହୁ, ସୌମେନ୍ଦ୍ର କର, ପ୍ରଦୀପ୍ତ ନାୟକ, ବଟକୃଷ୍ଣ ଦାଶ, ଏବଂ ସୁମନ୍ତ ପଲେଇ ପ୍ରମୁଖ ସ୍ବର୍ଗତ କରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣକରିଥିଲେ ।
