ନିଆଳି ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ ଓ ଏଡ଼ ଇଣ୍ଡିଆ ମିଳିତ ସହଯୋଗ ରେ ଆଜି କସର୍ଦା ଗ୍ରାମପଞ୍ଚାୟତ ର ବିଭିନ୍ନ ଗ୍ରାମ ରେ ମହାମାରୀ କରୋନା ଭାଇରସ ଉପରେ ସଚେତନତା ଓ ଶୁଖିଲା ଖାଦ୍ୟ ବଣ୍ଟନ ହୋଇଯାଇଛି ।ଅନୁଷ୍ଠାନ ଚେୟାରମ୍ୟାନ ଯୁବସମାଜସେବୀ ଗାନ୍ଧିବାଦୀ ଅଧ୍ୟାପକ ସନ୍ତୋଷ କୁମାର ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠାନର ସଭାପତି ପ୍ରସନ୍ନ କୁମାର ପାତ୍ର କରୋନା ଭାଇରସ ଉପରେ ଲୋକ ମାନଙ୍କୁ ସଚେତନତା କରାଇଥିଲେ। ବାରମ୍ବାର ହାତ ଧୋଇବା ସହ ଘରୁ ନ ବାହାରିବ ପାଇଁ ସଚେତନତା କରାଇଥିଲେ। ଅନୁଷ୍ଠାନ ସମସ୍ତ ସଭ୍ୟ ମାନେ ଗାଁ ଗାଁ ରେ ସଚେତନ ସହ ରିଲିଫ ପ୍ରଦାନ କରିଥିଲେ। ମୁଖ୍ୟସଂଯୋଜକ ସୂର୍ଯ୍ୟକାନ୍ତ ମଲ୍ଲିକ, ସମ୍ପାଦକ ଇଂ ଅବିନାଶ ମହାପାତ୍ର, କୋଷାଧକ୍ଷ ହେମନ୍ତ କୁମାର ମଲ୍ଲିକ, ସହସମ୍ପାଦକ ତଥା ସଂଯୋଜକ ଦିବ୍ୟ ସିଂହ ସେଠି, ଉପସଭାପତି ବିନୟ କୁମାର ମହାନ୍ତି, ସରୋଜିନୀ ବେହେରା, ଦେବି ପ୍ରସାଦ ନାୟକ , ଅରଜିତ ମହାପାତ୍ର, ପ୍ରତାପ କୁମାର ବେହେରା, ଅନନ୍ତ କୁମାର ମଲ୍ଲିକ, ପ୍ରମୁଖ ସହଯୋଗ କରିଥିଲେ। ଅନୁଷ୍ଠାନ ତରଫରୁ ପୁରୀ, ଯାଜପୁର ଜିଲ୍ଲାରେ ବି ସଚେତନତା ଓ ରିଲିଫ ପ୍ରଦାନ କରାଯାଇଛି ବୋଲି ଚେୟାରମ୍ୟାନ ଶ୍ରୀ ମାଝୀ ସୂଚନା ଦେଇଛନ୍ତି।
